ବନ୍ଧ୍ୟାଦୋଷ ଥିବା‌ ମହିଳା ତିନିଟି ସନ୍ତାନ ଜନ୍ମ ଦେଲେ

Advertisment
ବନ୍ଧ୍ୟାଦୋଷ ଥିବା‌ ମହିଳା ତିନିଟି ସନ୍ତାନ ଜନ୍ମ ଦେଲେ

କଟକ : ବଜ୍ରକବାଟିସ୍ଥିତ ସୃଷ୍ଟି ହସ୍ପିଟାଲ୍‌ରେ ଏକ ଜଟିଳ ପ୍ରସୂତି ରୋଗର ଚିକିତ୍ସା ସମ୍ଭବ ହୋଇପାରିଛି। ପୂର୍ବରୁ ବନ୍ଧ୍ୟା ଦୋଷ ଥିବା ଜଣେ ମହିଳା ୩ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଆଜି ପ୍ରି-ଏକ୍ଲୋମ୍ପସିଆ(ବନ୍ଧ୍ୟାଜନିତ ରୋଗ) ଦିବସରେ ଜଣେ ବନ୍ଧ୍ୟା ଦୋଷ ଥିବ‌ା ମାଙ୍କ ଗର୍ଭରୁ ୩ଟି ସନ୍ତାନ ଜନ୍ମ ନେବା ଏକ ସଂଯୋଗ ବୋଲି ପ୍ରଫେସର ଡାକ୍ତର ତୁଷାର କର କହିଛନ୍ତି।

publive-image

ଜଣେ ୪୦ବର୍ଷ ବୟସ୍କା ବନ୍ଧ୍ୟା ଦୋଷ ଥିବା ମହିଳାଙ୍କର ପ୍ରଥମେ ଲାପ୍ରୋସ୍କୋପି ଦ୍ବାରା ଅସ୍ତ୍ରୋପଚାର କରାଯିବା ପରେ ଡିମ୍ବାଣୁ ତିଆରି କରିବାକୁ ଔଷଧ ଦିଆଯାଇଥିଲା। ଏହାଦ୍ବାରା ମହିଳାଙ୍କ ଗର୍ଭଧାରଣ ସମ୍ଭବ ‌କରାଯାଇଥିଲା। ପରେ ତାଙ୍କ ଗର୍ଭରେ ଏକକାଳୀନ ୩ଟି ଶିଶୁ ରହିଥିବା ଜଣାପଡିଥିଲା। ଏହାପରେ ପ୍ରସୂତିଙ୍କ ରକ୍ତଚାପ ବଢ଼ି ଦେହସାରା ଫୁଲି ଯାଇଥିଲା। ଏ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସିଜରିଆନ୍‌ କରି ୩ଟି ଶିଶୁ ସନ୍ତାନ ଜନ୍ମ ଦେଇଥିଲେ। ଜନ୍ମ ପରେ ନବଜାତ ସନ୍ତାନମାନେ ସୁସ୍ଥରହିଛନ୍ତି। ଡାକ୍ତରଙ୍କ ନିରନ୍ତର ଚିକିତ୍ସ‌ା ପରେ ପ୍ରସୂତିଙ୍କ ଓ ସନ୍ତାନମାନେ ସୁସ୍ଥ ଅଛନ୍ତି। ଏହି ଜଟିଳ ଅସ୍ତ୍ରୋପଚାର ପ୍ରଫେସର ଡାକ୍ତର ତୁଷାର କର, ଡାକ୍ତର କମଳାକାନ୍ତ ପ୍ରଧାନ, ଡାକ୍ତର ଶାରଦା ପ୍ରସନ୍ନ ପଣ୍ଡା, ଡାକ୍ତର ରାମସ୍ବରୁପ ହୋତା ଓ ସୃଷ୍ଟି ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ଦ୍ବାରା ସମ୍ଭବ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe