ଅଙ୍ଗନଦୀରୁ ମହିଳାଙ୍କ ଶବ ଉଦ୍ଧାର 

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ପଦ୍ମପୁର: ପଦ୍ମପୁର ଥାନା ଅଧୀନସ୍ଥ ଅଙ୍ଗନଦୀର ମହୁଲପାଲି ଡଙ୍ଗାଘାଟଠାରେ ଏକ ଅଚିହ୍ନା ମହିଳାଙ୍କ ଗଳିତ ଶବକୁ ପୁଲିସ ଉଦ୍ଧାର କରିଛି। ନଦୀପାଣିରେ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ଆଦର୍ଶ ଥାନା ଅଧିକାରୀ ରାଜେନ୍ଦ୍ର ସିଅଲ ଓ ସହକର୍ମୀ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ଜନୈକା ମହିଳାଙ୍କ ଦେହରେ କେବଳ ଖଣ୍ତେ ଗୈରିକ ରଙ୍ଗର ଶାଢ଼ୀ ରହିଥିଲା। ତାଙ୍କ ପରିଚୟ ମିଳି ନଥିବାରୁ ଉପଖଣ୍ତ ଚିକିତ୍ସାଳୟରେ ଶବକୁ ସୁରକ୍ଷିତ ରଖାଯାଇଛି। ପରିଚୟ ପରେ ଶବକୁ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଶ୍ରୀ ସିଅଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe