କାଳିଆପାଣି: ନଗଡ଼ା ପାଖ ତୁମୁଣି ଗାଁର ଦଶମନ୍ତିଆ ପ୍ରଧାନଙ୍କ ପୁଅ ସୁବନ(୩୬) ଆଜି ଗାଁ ପାଖ କମାରୁଣି ଜଙ୍ଗଲରେ କାଠ କାଟୁଥିବା ବେଳେ ଖସି ପଡ଼ିବାରୁ ତାଙ୍କ ଡାହାଣ ହାତ ବାହୁରେ ଏକ ଶୁଖିଲା କାଠଖୁଣ୍ଟା ଏପଟୁ ସେପଟକୁ ଫୁଟି ଯାଇଥିଲା।
ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ପଡ଼ି ରହି ଛଟପଟ ହେଉଥିଲେ। ଆର୍ତ୍ତଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଖୁଣ୍ଟାକୁ କାଟି ତାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ଏହାର କିଛିଅଂଶ ପଶି ରହିଥିଲା। ତୁମୁଣିରେ ଟେଲି ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ସୁବନଙ୍କୁ ଉଦ୍ଧାରକରି ଆମ୍ବୁଲାନ୍ସରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇବାକୁ ୫ ଘଣ୍ଟା ବିତିଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସୁବନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଥିବା ସୂଚନା ମିଳିଛି।
Follow Us