A worker died after a stone quarry collapsed Photograph: (sambad.in)
ଓଡ଼ାପଡ଼ା: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମ ନିକଟରେ ଥିବା ଏକ ମାଙ୍କଡା ପଥର ଖଣିରେ ଜଣେ ଶ୍ରମିକ ମୃତ ବରଣ କରିଥିଵା ଜଣାପଡିଛି। ଖଵର ନେବାରେ ଜଣାପଡ଼ିଛି, ସଦର ଥାନା ବେଶାଳିଆ ଗ୍ରାମର ଅକ୍ଷୟ ନାୟକ ୪୭ ବର୍ଷ ନାମକ ଶ୍ରମିକ ସବୁଦିନ ପରି ସୋମବାର ସକାଳେ ଇନ୍ଦିପୁର ଗ୍ରାମ ନିକଟସ୍ଥ ଗୁଣ୍ଡାପଶି ଖଣି ମାଙ୍କଡ଼ା ପଥର ଖଣିକୁ କାମ କରିବା ପାଇଁ ଯାଇଥିଲେ।
କାର୍ଯ୍ୟ କରିବା ସମୟରେ ଖଣିରେ ମାଟି ଅତଡା ତଳକୁ ଖସି ପଡିଥିଲା ସେହି ଅତଡା ମାଟି ଭିତରେ ଶ୍ରମିକ ଜଣଙ୍କ ଚାପି ହୋଇ ଯାଉଥିଲା। ତାଙ୍କୁ ଜେସିବି ମେସିନ ଦ୍ବାରା କାଢିଵା ପରେ ଶ୍ରମିକ ଜଣକ ମୃତ ବରଣ କରିଥିଵା ଜଣାପଡିଥିଲା।
ଖବର ପାଇ ସଦର ଥାନାର ସଵ୍ ଇନସ୍ପେକ୍ଟର କୁମୁଦ ଚଦ୍ର ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ନିମନ୍ତେ ଢେ଼ଙ୍କାନାଳ ଡାକ୍ତରଖାନାକୁ ପଠାଇ ଦେବା ସହିତ ଜେସିବି ମେସିନ ଜବତ କରିଥିବା ଜଣାପଡିଛି। ଏ ସମ୍ପର୍କରେ ଓଡ଼ାପଡ଼ା ଅତିରିକ୍ତ ତହସିଲଦାର ସୁରେନ୍ଦ୍ର କୁମାର ମୁଦୁଲିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏ ସମ୍ପର୍କରେ ରାଜସ୍ବ ନିରୀକ୍ଷକ ଅମରେନ୍ଦ୍ର ଶତପଥୀଙ୍କୁ ପଚାରିଵାରୁ ସେ କହିଛନ୍ତି କି ଖବର ମିଳିଛି ଆସନ୍ତା କାଲି ଘଟଣାସ୍ଥଳରେକୁ ଯାଇ ତଦନ୍ତ କରିବା ପରେ ସେହି ପଥର ଖଣି ନିଲାମ ଖଣି କି ନୁହେଁ ଜଣା ପଡିବ ବୋଲି କହିଛନ୍ତି।
Dhenkanal | Accident
Follow Us