ପାଇପ୍ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ 

Advertisment
ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ମାନେଶ୍ୱର : ସମ୍ବଲପୁର ଜିଲ୍ଲା ସଦର ଥାନା ମାନେଶ୍ବର ଅଞ୍ଚଳରେ ଥିବା ଶ୍ରୀରାମ କଂକ୍ରିଟ ପ୍ରଡକ୍ଟରେ ହୋମ୍‌ ପାଇପ୍‌ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ମାନେଶ୍ୱର ବ୍ଲକ ବତେମୁର ପଞ୍ଚାୟତ ମାଟିଖାଇ ଗାଁର ସତ୍ୟ ମିର୍ଦ୍ଧା(୨୪)। ୩ ବର୍ଷ ହେବ ସେ ଉକ୍ତ ଫ୍ୟାକ୍ଟ୍ରିରେ କାମ କରି ପରିବାର ଚଳାଉଥିଲେ। ତାଙ୍କର ବାପା ଭିନ୍ନକ୍ଷମ ହୋଇଥିବା ବେଳେ ସାନ ଭାଇ ଘରେ ରୁହନ୍ତି। ଏକମାତ୍ର ରୋଜଗାର କ୍ଷମ ସତ୍ୟଙ୍କୁ ହରାଇ ପୂରା ପରିବାର ଭାଙ୍ଗି ପଡ଼ିଛି। ରବିବାର ମଧ୍ୟାହ୍ନ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ହୋମ୍‌ ପାଇପ୍‌ ତଳେ ଚାପି ହୋଇଯାଇଥିଲେ। ଏହି ସମୟରେ ତାଙ୍କ ଶରୀରରେ ନା ହେଲ୍‌ମେଟ୍‌ ଥିଲା, ନା କୌଣସି ପ୍ରକାର ସୁରକ୍ଷା ଉପକରଣ ସେ ପିନ୍ଧିଥିଲେ। ତାଙ୍କୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ସେ ଏକା ବିନା ନୁହନ୍ତି, ଫ୍ୟାକ୍ଟ୍ରିରେ କାମ କରୁଥିବା ସବୁ ଶ୍ରମିକ ବିନା ସୁରକ୍ଷା ଉପକରଣରେ କାମ କରିଆସୁଛନ୍ତି। ଏହି ଅଘଟଣ ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଏ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏ ନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ ଶ୍ରୀରାମ ପାଇପ୍‌ ଫ୍ୟାକ୍ଟ୍ରି ମାଲିକ ଓ ପରିଚାଳକଙ୍କ ନାଁରେ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe