ଜାହାଜରୁ କୋକେନ୍ ଜବତ ମାମଲାକୁ ବର୍ଷେ: ଏଯାଏ ଫିଟିଲାନି ରହସ୍ୟ

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜରୁ କୋକେନ୍‌ ଜବତ ମାମଲାକୁ ବର୍ଷେ ବିତି ଗଲାଣି। କିନ୍ତୁ ଏଯାଏ ଫିଟି ପାରିଲାନି ରହସ୍ୟ। ଜବତ କୋକେନ୍ କେଉଁଠୁ ଆସିଲା ? କେଉଁଠି କି ଯାଇଥାନ୍ତା ?

fshsfhshf

ଜଗତସିଂହପୁର: ପାରାଦୀପ ବନ୍ଦରରେ ମାଲବାହୀ ଜାହାଜରୁ କୋକେନ୍‌ ଜବତ ମାମଲାକୁ ବର୍ଷେ ବିତି ଗଲାଣି। କିନ୍ତୁ ଏଯାଏ ଫିଟି ପାରିଲାନି ରହସ୍ୟ। ଜବତ କୋକେନ୍ କେଉଁଠୁ ଆସିଲା ? କେଉଁଠି କି ଯାଇଥାନ୍ତା ? ଏହାର ମାଷ୍ଟରମାଇଣ୍ଡ କିଏ?  ଏମିତି ଏକାଧିକ ଦିଗ ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ସବୁଠୁ ବଡ଼ କଥା ହେଲା କୋକେନ୍ ମିଳିଥିବା ଜାହଜ ‘ଏମ୍ ଦେବୀ’ ବର୍ଷେ ହେଲା ଆଙ୍କରେଜ୍ ଏରିଆରେ ରହିଛି। ଜାହାଜରେ ଥିବା କ୍ରିଉ ସଦସ୍ୟ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଥିବା କୁହାଯାଉଛି। ଆଇନଗତ ପ୍ରକ୍ରିୟା ଯୋଗୁ ଜାହାଜ ଅଟକି ରହିଥିବା ଜଣାପଡ଼ିଛି। କିନ୍ତୁ କ୍ରିଉ ସଦସ୍ୟମାନେ ଜାହାଜରୁ ବାହାରି ପାରୁ ନ ଥିବାରୁ ଅସନ୍ତୋଷ ଜାହିର କରି ତିନି ଦିନ ତଳେ ଧାରଣା ଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ଚଳିତ ବର୍ଷ ଜାନୁଆରିରେ ଜଣେ ସଦସ୍ୟ ଜାହାଜରୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୀମା ଶୁଳ୍କ ବିଭାଗ ପକ୍ଷରୁ ଜବତ ହୋଇଥିବା ଜାହାଜକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜଗି ରହିଛନ୍ତି।

ଜାହାଜ ଭିତରେ ବନ୍ଦୀ ଜୀବନ ବିତାଉଛନ୍ତି କ୍ରିଉ ସଦସ୍ୟ

ସୂଚନାଯୋଗ୍ୟ,  ‘ଏମ୍ ଦେବୀ’ ନାମକ ଜାହାଜ ୨୦୨୩ ନଭେମ୍ବର ୨୨ ତାରିଖରେ ଇଣ୍ଡୋନେସିଆର ଗ୍ରେସିକରୁ ବାହାରି ନଭେମ୍ବର ୨୮ରେ ପାରାଦୀପ ବନ୍ଦରରେ ଲାଗିଥିଲା। ୩୦ ତାରିଖ ରାତିରେ ସୀମା ଶୁଳ୍କ ବିଭାଗକୁ ଖବର ମିଳିବା ପରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ସୁରକ୍ଷାକର୍ମୀଙ୍କ ସହାୟତାରେ ଜାହାଜରେ ଯାଞ୍ଚ କରିଥିଲେ। ଜାହାଜର କ୍ରେନରେ ଚୁମ୍ବକ ସାହାଯ୍ୟରେ ଲାଗିଥିବା ୨୨ଟି ପ୍ୟାକେଟ କୋକେନ୍ ଜବତ କରାଯାଇଥିଲା। ପ୍ରତି ପ୍ୟାକେଟରେ ୧ କେଜି ଲେଖାଏଁ କୋକେନ୍ ରହିଥିଲା। ୨୨ କେଜି କୋକେନର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଜାହାଜ ଜବତ ହୋଇ ଆଙ୍କରେଜରେ ରହିଥିବା ବେଳେ କ୍ରିଉ ସଦସ୍ୟମାନେ ମଧ୍ୟ ରହିଛନ୍ତି। ସମସ୍ତ ସଦସ୍ୟ ଓ କ୍ୟାପଟେନ୍‌ଙ୍କ ବୟାନ ରେକର୍ଡ କରାଯାଇ କୋର୍ଟରେ ଦାଖଲ କରାଯାଇଛି। ତଦନ୍ତ କେବେ ଶେଷ ହେବ ଓ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ସମ୍ପର୍କରେ କିନ୍ତୁ ସ୍ଥିତି ସ୍ପଷ୍ଟ ହେଉନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe