କାଳ ହେଲା ଚିଟ୍‌ଫଣ୍ଡ ଖେଳ: ୨୦ ଲକ୍ଷ ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା

କାଳ ହେଲା ଚିଟ୍‌ଫଣ୍ଡ ଖେଳ: ୨୦ ଲକ୍ଷ ଟଙ୍କା ଶୁଝି ନ ପାରି ଯୁବକଙ୍କ ଆତ୍ମହତ୍ୟା

ଚୌଦ୍ବାର : ଚିଟ୍‌ଫଣ୍ଡ ଠକେଇକୁ ନେଇ ସାରା ରାଜ୍ୟରେ ଏତେ ହଟଚମଟ ପରେ ବି ଏହା ବିଭିନ୍ନ ରୂପରେ ଏବେ ବିଭିନ୍ନ ଅଞ୍ଚଳରେ ଜାରି ରହିଛି। ସାହିବସ୍ତିରେ ଚାଲୁଥିବା ଚିଟ୍‌ଫଣ୍ଡ ଖେଳର ଚେର ମାଡ଼ି ଚାଲିଛି। ପୁଲିସ ଓ ପ୍ରଶାସନ ଏ ଦିଗରେ ସତର୍କ ରହୁ ନଥିବା ବେଳେ ଏବେ ଚୌଦ୍ବାର ଓଟିଏମ୍ କଲୋନି ଅଞ୍ଚଳରେ ଏହାକୁ ନେଇ ଆଜି ଏକ ଉଦ୍‌ବେଗଜନକ ଘଟଣା ଘଟିଛି। ଚିଟ୍‌ଫଣ୍ଡ ଖେଳରେ ପ୍ରାୟ ୨୦ ଲକ୍ଷ ଟଙ୍କା ଉଠାଇ ନେଇଥିବା ଯୁବ ସମାଜସେବୀ ବିରଞ୍ଚି ନାରାୟଣ ଦାସ (୪୯) ଓରଫ ବିଟିନା ଟଙ୍କା ସୁଝି ନପାରି ଆଜି ଭୋର ସମୟରେ ବେକରେ ଫାସି ଦେଇ ଆତ୍ମହତ୍ୟା କରିଛନ୍ତି।

ସୂଚନା ଅନୁଯାୟୀ ସେ ଉଠାଇଥିବା ଟଙ୍କା ସୁଝି ପାରୁ ନଥିବା ବେଳେ ଟଙ୍କା ଦେଇଥିବା ଲୋକେ ତାଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲେ। ଫଳରେ ସେ ପ୍ରବଳ ମାନସିକ ଚାପରେ ଥିଲେ। ଆଜି ଭୋର ସାଢେ ଚାରିଟା ସମୟରେ ବିରଞ୍ଚିଙ୍କୁ ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲକୁ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ। ଏ ସଂକ୍ରାନ୍ତରେ ଚୌଦ୍ବାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। କଟକ ବଡମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ତାହାକୁ ସତ୍କାର କରାଯାଇଛି। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଓଟିଏମ୍ କଲୋନି, ଦୁର୍ଗାବଜାର ଅଂଚଳ ପରିକ୍ରମା କରାଯାଇ ସ୍ଥାନୀୟ ବଧି ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ତାଙ୍କର ଝିଆରି ମୁଖାଗ୍ନି ଦେଇଥିଲେ। ଯେଉଁ ଘରେ ତାଙ୍କର ନାବାଳକ ପୁତୁରା ଦୁଇ ବର୍ଷ ତଳେ ଆତ୍ମହତ୍ୟା କରିଥିଲେ ସେହି ଘର ଭିତରେ ଏକ ଲୁହା ପାଇପ୍‌ରୁ ଓହଳି ବିରଞ୍ଚି ଆଜି ଆତ୍ମହତ୍ୟା କରିଛନ୍ତି। ସେ ଅବିବାହିତ ଥିଲେ। ବିରଞ୍ଚି ଦୀର୍ଘବର୍ଷ ଧରି ଓଟିଏମ୍ କଲୋନି ଏବଂ ସମଗ୍ର ଚୌଦ୍ବାର ଅଂଚଳରେ ସମାଜସେବା ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିଲେ। ୮ନଂ ୱାର୍ଡ ତାରିଣୀ ମନ୍ଦିରର ବରିଷ୍ଠ କର୍ମକର୍ତାଭାବେ ସୁପରିଚିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe