ନଦୀରେ ବୁଡ଼ି ଯୁବକ ନିଖୋଜ

Advertisment
ଖଲିକୋଟ : ଗାଁ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ

image credit : india tv news

କବାଟବନ୍ଧ : ଜେନାପୁର ଥାନା ଅନ୍ତର୍ଗତ ରେଖିଦେଈପୁର ଗ୍ରାମର କାଳନ୍ଦୀ ରାଉତଙ୍କ ପୁଅ ରାକେଶ(୧୯) ଆଜି ରାତି ପ୍ରାୟ ୯ଟା ବେଳେ ବ୍ରାହ୍ମଣୀ ନଦୀରେ ନିଖୋଜ ହୋଇଯାଇଛନ୍ତି। ରାକେଶ ତାଙ୍କର ଦୁଇ ସାଙ୍ଗଙ୍କ ସହ ବିଳମ୍ବିତ ରାତିରେ ନୂଆସାହି ବନ୍ଧ ନିକଟ ନଦୀ ଭିତରକୁ ଶୌଚ ହେବାକୁ ଯାଇଥିଲେ। ହେଲେ ସେ ହଠାତ୍‌ ନଦୀରେ ନିଖୋଜ ହୋଇଯାଇଥିଲେ। ଏନେଇ ତାଙ୍କ ସହିତ ଥିବା ଅନ୍ୟ ଦୁଇ ଯୁବକ ସୂଚନା ଦେବା ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଫୋନ୍‌ କରିଥିଲେ। ଚଢ଼େଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାକେଶଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ରାକେଶ ଧର୍ମଶାଳାର ଏକ ଘରୋଇ କଲେଜରେ ଯୁକ୍ତ୩ରେ ପଢ଼ୁଥିଲେ। ଜେନାପୁର ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe