ସାଇକଲରୁ ପଡ଼ି ଯୁବକ ମୃତ

Advertisment
ସର୍ପାଘାତରେ ନାବାଳିକା ମୃତ

ପଦ୍ମପୁର : ସଦର ଥାନା ଅନ୍ତର୍ଗତ ଲୁଣଝର ଗ୍ରାମର ଅନଦା ସଲଙ୍ଗୀଙ୍କ ପୁଅ ଚୈତନ୍ୟ ସଲଙ୍ଗୀ ସାଇକେଲରୁ ପଡ଼ି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ, ରବିବାର ସଂଧ୍ୟାରେ ସେ ଶୁଆକାଟି ହାଟରୁ ଘରକୁ ସାଇକଲରେ ଫେରୁଥିଲେ। ମାତ୍ର ଲୁଣଘର ନିକଟରେ ସାଇକେଲରୁ ପଡି ଯିବାରୁ ଡ୍ରେନରେ ତାଙ୍କ ମୁଣ୍ଡ ମାଡ଼ ହୋଇଯାଇଥିଲା। ମାତ୍ର ସେ ଡାକ୍ତରଖାନା ନଯାଇ ଘରକୁ ଚାଲି ଯାଇଥିଲେ। ଗତକାଲି ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟ ଗୋଟାଏ ବେଳେ ଚୈତନ୍ୟଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଆଜି ସଦର ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ମାମାଲା ରୁଜୁ କରିବା ସହିତ ତଦନ୍ତ ଅରମ୍ଭ କରିଥିଲା। ପରେ ଶବ ବ୍ୟବଚ୍ଛେଦ କରାଇ ମୃତଦେହ ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe