ନାବାଳିକା ଅପହରଣ ଅଭିଯୋଗରେ ବିବାହିତ ଯୁବକ ଗିରଫ

Advertisment
ବାଉଁଶ ଫାଳିଆରେ ପିଟି ପିଟି ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତ ସ୍ବାମୀକୁ ବାନ୍ଧିଲା ପୁଲିସ

Image Courtesy of NDTV

ତରଭା: ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୋଗରେ ତରଭା ଥାନା ପୁଲିସ ସିଂହାରି ପଞ୍ଚାୟତ ଅନ୍ତର୍ଗତ ପୁଟକିପାଲି ଗ୍ରାମର ରାଜୀନ ନାଗଙ୍କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ ରାଜୀନ ଗତ ୨୨ ତାରିଖ ଦିନ ଜଣେ ୧୭ବର୍ଷର ଝିଅକୁ ନେଇ ଫେରାର୍‌ ହୋଇଯାଇଥିଲା। ଝିଅର ସନ୍ଧାନ ନପାଇ ଗତ ୨୪ ତାରିଖରେ ପରିବାର ପକ୍ଷରୁ ତରଭା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଥାନା ଅଧିକାରୀ ସୁବ୍ରତ ପାଣିଗ୍ରାହୀ ଓ ଅନ୍ୟମାନେ ବଲାଙ୍ଗୀରରୁ ଉଭୟଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଉଭୟ ତାମିଲନାଡୁ ଯିବା ପାଇଁ ଟ୍ରେନ୍‌ ଟିକଟ କରିଥିଲେ। କିନ୍ତୁ ସେମାନେ ଯିବା ପୂର୍ବରୁ ପୁଲିସ ଧରିବାରେ ସଫଳ ହୋଇଛି। ତେବେ ରାଜୀନ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଗୋଟିଏ ସନ୍ତାନ ଥିବା ଜଣାଯାଇଛି। ରାଜୀନକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ନାବାଳିକାଙ୍କୁ ସୋନପୁର ସିଡବ୍ଲୁସିଙ୍କୁ ହସ୍ତାନ୍ତର କରାଯାଇଛି। ଏସ୍‌ଆଇ ଅନୀଲ ବେହେରା ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe