ଆନନ୍ଦପୁର : ପୋଲ ଉପରୁ ତଳକୁ ଡେଇଁ ପଡ଼ିଲେ ଯୁବକ, ପାଇପ୍‌ରେ ଝୁଲି ରହିଲେ

Advertisment
ଆନନ୍ଦପୁର : ପୋଲ ଉପରୁ ତଳକୁ ଡେଇଁ ପଡ଼ିଲେ ଯୁବକ, ପାଇପ୍‌ରେ ଝୁଲି ରହିଲେ

ଆନନ୍ଦପୁର : ଆତ୍ମହତ୍ୟା କରିବାକୁ ଜଣେ ମାନସିକ ନ୍ୟୂନ ଯୁବକ ଆନନ୍ଦପୁର ବୈତରଣୀ ନଦୀ ପୋଲରୁ ଡେଇଁ ପଡ଼ିଲେ। ହେଲେ ତଳେ ପଡ଼ିଲେନି। ପୋଲ ତଳେ ଯାଇଥିବା ଟେଲିଫୋନ୍‌ ପାଇପ୍‌ରେ ଝୁଲି ରହିଲେ। ଖବରପାଇ ଆନନ୍ଦପୁର ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

publive-image

ପ୍ରାପ୍ତ ସୂଚନା ଅନୁସାରେ, ଜଣେ ମାନସିକ ନ୍ୟୂନ ଯୁବକ ଆଜି ଦିନତମାମ ବୈତରଣୀ ପୋଲ ଉପରେ ବସି ରହିଥିଲା। ଅପରାହ୍‌ଣ ୫ଟା ବେଳେ ସେ ପୋଲ ତଳକୁ ଡେଇଁ ପଡ଼ିଥିଲେ। ହେଲେ ପୋଲ କଡ଼ ଦେଇ ଯାଇଥିବା ଟେଲିଫୋନ୍ ପାଇପ୍‌ରେ ଗୋଡ଼ ଲାଗିଯିବାରୁ ତାଙ୍କ ଶରୀର ଝୁଲି ରହିଥିଲା। ସେହି ପୋଲଦେଇ ଯାଉଥିବା ଲୋକେ ଏହା ଦେଖି ଅନନ୍ଦପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଫାୟାରମ୍ୟାନ୍ ହିମାଂଶୁ ସ୍ବାଇଁ ଏବଂ ଅନ୍ୟ କର୍ମଚାରୀମାନେ ପରିଶ୍ରମ କରି ଯୁବକଙ୍କ ଜୀବନ ବଞ୍ଚାଇଲେ। ଉଦ୍ଧାର ପରେ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଂପୃକ୍ତ ଯୁବକଙ୍କ ପରିଚୟ ଜଣାପଡ଼ିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe