ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଶୀଧେଶ୍ୱର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଜଣଙ୍କ ଜୀବନ ବଞ୍ଚାଇ ଜଣେ ଯୁବକ ନିଜେ ଜୀବନ ହାରିଛନ୍ତି। ଗ୍ରାମରେ ଏକ କୂଅ ଭିତରେ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲିଥିଲାବେଳେ କୂଅ ଭିତରେ ଥିବା ଦୁଇ ଜଣ ଅଣନିଃଶ୍ୱାସୀ ହୋଇଯାଇଥିଲେ।
କୂଅ ଉପରେ ଥିବା ଜଣେ ଯୁବକ ଏହା ଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ ଭିତରକୁ ଯାଇଥିଲେ। ଶେଷରେ ଅଗ୍ନିଶମ ବିଭାଗ କର୍ମଚାରୀ ଆସି କୂଅ ଭିତରୁ ସମସ୍ତଙ୍କ ଉଦ୍ଧାର କରିଥିଲେ।
ସେମାନଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ବଞ୍ଚାଇବାକୁ ଯାଇଥିବା ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଦୁଇଜଣଙ୍କର ଚିକିତ୍ସା ଜାରି ରହିଛି।
Follow Us