ସମୁଦ୍ରକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସମୁଦ୍ର କୂଳରେ ପିକନିକ କରୁଥିବାବେଳେ ଢେଉରେ ଭାସିଗଲେ ଗୋଟିଏ ପରିବାରର ୪ ସଦସ୍ୟ

guidetopuri.com

ପୁରୀ : ବୁଧବାର ଦିନ ଅଗ୍ନିଶମ ବିଭାଗର ଲାଇଫ୍‌ଗାର୍ଡମାନେ ପୁରୀ ବେଳାଭୂମିରେ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି। ଅପରାହ୍ଣ ପ୍ରାୟ ସାଢ଼େ ଚାରିଟା ସମୟରେ ୫ ନମ୍ବର ସେକ୍ଟର ପେଣ୍ଠକଟା ସିଟି ରୋଡ୍‌ର ଏମ୍‌. ସିମାଦ୍ରୀ କୌଣସି କାରଣକୁ ନେଇ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେଠାରେ ଥିବା ଲାଇଫ୍‌ଗାର୍ଡମାନେ ଏହା ଦେଖିପାରି ତୁରନ୍ତ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।

ଅନ୍ୟ ତିନି ଜଣ ଭାସିଯାଉଥିବା ବେଳେ ସେମାନଙ୍କୁ ମଧ୍ୟ ଲାଇଫ୍‌ଗାର୍ଡମାନେ ଉଦ୍ଧାର କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ସିଙ୍ଗୁର ଅଞ୍ଚଳର ସୁରଜିତ ଅଢ଼କ(୧୮) ଗାଧୋଉଥିବା ବେଳେ ତାଙ୍କୁ ଲହଡ଼ି ଭସାଇ ନେଇଥିଲା। ଲାଇଫ୍‌ଗାର୍ଡମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ନଦିଆ ଜିଲ୍ଲା ରଣଘାଟ ଥାନା ଅଞ୍ଚଳର ସୁମନ୍ତ ମଣ୍ଡଳ(୨୬) ଓ ବିଶ୍ବଜିତ ମଣ୍ଡଳ(୨୬) ଦୁହେଁ ଗାଧୋଉଥିବା ବେଳେ ଲହଡ଼ି ମାଡ଼ରେ ସେମାନେ ଭାସିଯାଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe