ସାପ ଧରୁ ଧରୁ ଚୋଟ ପକେଇଲା ନାଗ... ହାତରେ ଗାମୁଛା ବାନ୍ଧି ସିଧା ସାପକୁ ଧରି ମେଡିକାଲରେ ହାଜର ଯୁବକ

ଗୋଟିଏ ହାତରେ ନାଗ ସାପ । ଅନ୍ୟ ହାତରେ ସାପ କାମୁଡ଼ିଥିବା ଜାଗାରେ ବନ୍ଧା ହୋଇଛି ଗାମୁଛା । ଏଭଳି ଅବସ୍ଥାରେ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜଣେ ଯୁବକ

snake

ଅନୁଗୁଳ: ଗୋଟିଏ ହାତରେ ନାଗ ସାପ । ଅନ୍ୟ ହାତରେ ସାପ କାମୁଡ଼ିଥିବା ଜାଗାରେ ବନ୍ଧା ହୋଇଛି ଗାମୁଛା । ଏଭଳି ଅବସ୍ଥାରେ ଆଜି ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ ଜଣେ ଯୁବକ । ଯୁବକ ଜଣକ ନାଗକୁ ଧରି ଆସିଥିବା ବେଳେ କର୍ମଚାରୀମାନେ ଭୟଭୀତ ହୋଇପଡ଼ିଥିଲେ ।

ସୂଚନା ମୁତାବକ, ଛେଣ୍ଡିପଦା ନିଶା ଥାନା କାଳିଆକଟା ଅଞ୍ଚଳର ବଳଭଦ୍ର ଭୋଇଙ୍କ ପୁଅ ବୁବୁଲ ଭୋଇ(୨୫)ଙ୍କୁ ଆଜି ଅପରାହ୍ନରେ ଏକ ନାଗ ସାପ କମୁଡ଼ି ଦେଇଥିଲା । ୪ ଫୁଟ୍‌ ଲମ୍ବର ନାଗ ସାପଟି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲା । ସାପଟି ଧାନବସ୍ତା ତଳେ ରହି ଗର୍ଜନ କରୁଥିବା ଦେଖି ବବୁଲ୍‌ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ତେବେ ଅସାବଧାନତା ପାଇଁ ସାପ ବବୁଲଙ୍କ ଡାହାଣ ହାତକୁ ଚୋଟ ପକାଇଥିଲା । ବିଷଧର ନାଗ କାମୁଡ଼ିବା ପରେ ଚିକିତ୍ସା ଜରୁରୀ ହୋଇପଡ଼ିଥିବା ବେଳେ ସାପକୁ ଧରି ସେ ଭିଡିଓ କରିଥି‌ଲେ । 

ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ସେ ପହଞ୍ଚିଥିଲେ । କିନ୍ତୁ ନାଗ କାମୁଡ଼ା ପାଇଁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପାଇଁ କୁହାଯାଇଥିଲା । କାମୁଡ଼ିଥିବା ନାଗକୁ ନେଇ ବବୁଲ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ସାପକୁ ଦେଖି ଡାକ୍ତରଖାନା କର୍ମଚାରୀମାନେ ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ହୋଇଥିଲେ। ସେପଟେ ଖବରପାଇ ସର୍ପମିତ୍ର ଆଦିତ୍ୟ ବେହେରା ଡାକ୍ତରଖାନାରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆହତ ବବୁଲଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe