ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେଇ ବନ୍ଧା ହେଲେ ଯୁବକ

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ନୀଳଗିରି: ସୋସିଆଲ ମିଡିଆରେ ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର, ବାଲେଶ୍ବର ସାଂସଦ, ନୀଳଗିରି ବିଧାୟକଙ୍କୁ ଅଶାଳୀନ ମନ୍ତବ୍ୟ ଦେବା କାଠପାଳ ଗ୍ରାମର ଯୁବକ ରବିନାରାୟଣ ବେହେରାଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ରବିନାରାୟଣଙ୍କୁ ଉକ୍ତ ଘଟଣାରେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି।

ରବି ନାରାୟଣ ବେହେରା ସୋସିଆଲ ମିଡିଆରେ ଲଗାତାର ୨ଦିନ ଧରି ଅଶାଳୀନ ମନ୍ତବ୍ୟ ଦେଇଥିବା ବେଳେ ଉପଜିଲ୍ଲାପାଳ ଏ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ। ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ ସଦଳବଳେ କାଠପାଳ ପୋଲ ନିକଟରୁ ରବୀନ୍ଦ୍ରଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe