ମାଟିତଳେ ଶତାଧିକ ଲୋକଙ୍କ ଆଧାରକାର୍ଡ

ପଞ୍ଚାୟତ ନିର୍ବାଚନରେ ଝିଅ ହାରିଯିବାରୁ....!

ମାଟିତଳେ ଶତାଧିକ ଲୋକଙ୍କ ଆଧାରକାର୍ଡ

ଚନ୍ଦ୍ରଗିରି : ଆଧାରକାର୍ଡ କେତେ ଜରୁରୀ, ତାହା କାହାରିକୁ ଅଛପା ନାହିଁ। ବିଭିନ୍ନ ସରକାରୀ କାର୍ଯ୍ୟଠାରୁ ଆରମ୍ଭକରି ବ୍ୟାଙ୍କ୍‌, ଟିକାଦାନ, ରାସନ ସବୁ କ୍ଷେତ୍ରରେ ଏବେ ଆଧାରକାର୍ଡ଼ ବାଧୢତାମୂଳକ ହୋଇଛି। ସଠିକ୍‌ ଆଧାର କାର୍ଡ଼ଟିଏ ପାଇବା ପାଇଁ ଗ୍ରାମାଞ୍ଚଳର ସାଧାରଣ ଲୋକଟିଏ ସହରକୁ ବାରମ୍ବାର ଦୌଡ଼ୁଥିବାବେଳେ ଜଣେ ପୋଷ୍ଟମାଷ୍ଟରଙ୍କ ଦାୟିତ୍ବହୀନତା ଏବେ ସାମ୍‌ନାକୁ ଆସିଛି। ୧୦ଖଣ୍ଡ ଗାଁଲୋକଙ୍କ ଆଧାରକାର୍ଡ ସେ ଫିଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି।ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅଧୀନ ଜିରାଙ୍ଗ ଗ୍ରାମପଞ୍ଚାୟତର ଡରାବ ଗ୍ରାମରେ ଏହିଭଳି ଏକ ଘଟଣା ଘଟିଛି।

ସୂଚନା ଅନୁସାରେ, ଗ୍ରାମର କୈଳାସ ଶବର ନାମକ ଜଣେ ବ୍ୟକ୍ତି ବାଛୁରୀ ଖୋଜିବାକୁ ଓଡ଼ିଆ ସାହି ପଛପଟକୁ ଯାଇଥିବାବେଳେ ଏକ ଅର୍ଦ୍ଧନିମିତ ଘରଠାରୁ ଅଳ୍ପଦୂରରେ ବହୁସ˚ଖ୍ୟାରେ ଆଧାର କାର୍ଡ଼ ମାଟିକାଦୁଅରେ ପଡ଼ିଥିବା ପ୍ରଥମେ ଦେଖିଥିଲେ। ସେ କାଦୁଅରୁ ୧୯ ଖଣ୍ତ ଆଧାରକାର୍ଡ଼ ଗୋଟାଇ ଆଣି ଗ୍ରାମବାସୀଙ୍କୁ ଦେଖାଇଥିଲେ। ଏହାପରେ ଡରାବ ସମେତ ଅନ୍ୟ ଗ୍ରାମର ଶତାଧିକ ଗ୍ରାମବାସୀ ଆଧାରକାର୍ଡ଼ ମିଳିଥିବା ସ୍ଥାନକୁ ଦୌଡ଼ିଥିଲେ। ସେହିସ୍ଥାନରେ ମାଟି ଖୋଳି ନିଜ ଓ ନିଜ ପରିବାରବର୍ଗଙ୍କ ଆଧାରକାର୍ଡ଼ ଆଗ୍ରହର ସହକାରେ ଖୋଜିବାକୁ ଲାଗିଥିଲେ। କିଛିବ୍ୟକ୍ତି ନିଜର ଆଧାରକାର୍ଡ଼ ଦୟନୀୟ ଅବସ୍ଥାରେ ପାଇଥିବାବେଳେ ବହୁସ˚ଖ୍ୟାରେ ଆଧାରକାର୍ଡ଼ ନଷ୍ଟ ହୋଇ ନାମ ଓ ପରିଚୟ ଜଣାପଡୁନଥିବା ଦେଖିବାକୁ ପାଇଥିଲେ।

ତେବେ, ଏହି ଘଟଣାକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍‌ନାକୁ ଆସିଛି। ଗ୍ରାମବାସୀଙ୍କ କହିବାନୁସାରେ, ଗତ ପଞ୍ଚାୟତ ନିର୍ବାଚନରେ ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପୋଷ୍ଟମାଷ୍ଟର୍‌ ପର୍ଶୁଧରଙ୍କ ଝିଅ ନିର୍ବାଚନ ଲଢ଼ିଥିଲେ। କିନ୍ତୁ, ନିର୍ବାଚନରେ ହାରିଯିବାପରେ ସେ ପ୍ରତିଶୋଧ ପରାୟଣ ହୋଇ କିଛି ସମର୍ଥକଙ୍କ ଜରିଆରେ ଏହିପରି ଅମାନବିକ କାମ କରିଛନ୍ତି। ତେବେ, ଘଟଣାକୁ ନେଇ ଚନ୍ଦ୍ରଗିରି ଉପ ଡାକଘର ଅଧୀନସ୍ଥ ଡରାବ ଶାଖା ଡାକଘର ପୋଷ୍ଟମାଷ୍ଟର୍‌ ପର୍ଶୁଧରଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେଇଥିଲେ। କିନ୍ତୁ, ଚନ୍ଦ୍ରଗିରି ଉପ ଡାକଘର ପୋଷ୍ଟମାଷ୍ଟର୍‌ ମୀନକେତନ ଶବର ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଏପରି ଘଟଣା ନିନ୍ଦନୀୟ। କୌଣସି ବ୍ୟକ୍ତି ଲିଖିତ କିମ୍ବା ମୌଖିକ ଭାବେ ଏ ନେଇ ତାଙ୍କୁ ଜଣାଇନାହାନ୍ତି। ଖବର ପାଇବାପରେ ସେ ତୁରନ୍ତ ପାରଳାଖେମୁଣ୍ତି ସ୍ଥିତ ସବ୍‌ ଡିଭିଜନାଲ୍‌ ଇନ୍‌ସ୍ପେକ୍ଟରଙ୍କୁ ଜଣାଇଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe