ଏଏଆଇ-ସେଲ୍‌ ଚୁକ୍ତିନାମା ସ୍ବାକ୍ଷରିତ: ସେଲ୍‌ ମାଲିକାନାରେ ରହିବ ବିମାନବନ୍ଦର

Advertisment

ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ଵ ନିର୍ବାହ କରିବ ଏଏଆଇ

ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ଵ ନିର୍ବାହ କରିବ ଏଏଆଇ

ଏଏଆଇ-ସେଲ୍‌ ଚୁକ୍ତିନାମା ସ୍ବାକ୍ଷରିତ: ସେଲ୍‌ ମାଲିକାନାରେ ରହିବ ବିମାନବନ୍ଦର

ରାଉରକେଲା: ସହରବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି। ଖୁବଶୀଘ୍ର ଏଥର ରାଉରକେଲା ବିମାନ ବନ୍ଦରରୁ ବିମାନ ଉଡ଼ିବ। ବାଣିଜ୍ୟିକ ବିମାନ ସେବା ପାଇଁ ଆଜି ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) ଓ ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଟିଆ ଲିମିଟେଡ୍‌(ସେଲ୍‌) ମଧ୍ୟରେ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଯାଇଛି। ବିମାନବନ୍ଦରର ସ୍ଵତ୍ଵାଧିକାର ସେଲ୍‌ ପାଖରେ ରହିବ। ଏ ବାବଦକୁ ଆନୁସଙ୍ଗିକ ବ୍ୟୟ ସେଲ୍‌ ହିଁ ବହନ କରିବ। ସେଲ୍‌ ଆରଏସପି ପକ୍ଷରୁ ଏଏଆଇ ବିମାନବନ୍ଦର ପରିଚାଳନା ଓ ପ୍ରବନ୍ଧନ ଦାୟିତ୍ଵ ନିର୍ବାହ କରିବ। ଏହାସହ ଓଡ଼ିଶା ସରକାର ବିମାନବନ୍ଦରର ସୁରକ୍ଷା, ଅଗ୍ନିଶମ ସେବା, ଆମ୍ବୁଲାନ୍ସ ସେବା ଯୋଗାଇବେ। ଚୁକ୍ତିନାମାରେ ସେଲ୍‌ ପକ୍ଷରୁ ଆର୍‌ଏସ୍‌ପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ. ଶତପଥୀ ଏବଂ ଏଏଆଇ ପକ୍ଷରୁ ଜେଭିସି/ପିପିପି ଇଡି-୨ ଏନ. ସୁବ୍ବାରାୟୁଡ଼ୁ ସ୍ଵାକ୍ଷର କରିଥିଲେ।

publive-image

ସେଲ୍‌ ଗତ ୨୦୧୮ ମସିହାରେ ଉଡାନ୍‌ ଯୋଜନା ଅଧୀନରେ ବାଣିଜ୍ୟିକ ବିମାନ ସେବା ନିମନ୍ତେ ଏଏଆଇ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଥିଲା। ତେବେ ଇତିମଧ୍ୟରେ ଏହାର ଅବଧି ସମାପ୍ତ ହୋଇସାରିଥିଲା। ଏଣୁ ପୁନର୍ବାର ଚୁକ୍ତିନାମାର ଆବଶ୍ୟକତା ଥିବାରୁ ଏହାକୁ ଯଥାଶୀଘ୍ର ସମ୍ପନ୍ନକରି ବିମାନ ସେବା ଆରମ୍ଭ କରିବାକୁ ସହରବାସୀ ଦାବି କରିଥିଲେ। ଏମିତିକି ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏକାଧିକବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ। ବେସାମରିକ ବିମାନ ପରିବହନ ମନ୍ତ୍ରଣାଳୟ ବିମାନବନ୍ଦରର ଉନ୍ନତିକରଣ ପାଇଁ ୬୪.୨୪ କୋଟି ଅନୁଦାନ ଦେଇଥିବାବେଳେ ଏହାର ସମ୍ପ୍ରସାରଣ କାର୍ଯ୍ୟ ବେଗ ଧରିଛି। ଏହା ଆସନ୍ତା ଡିସେମ୍ବର ସୁଦ୍ଧା ସମ୍ପନ୍ନ ହେବ। ଗତ ଅକ୍ଟୋବର ୧୮ ତାରିଖରେ ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ(ଏସଇଆଇଏଏ) ସମ୍ପ୍ରସାରଣ କାର୍ଯ୍ୟକୁ ପରିବେଶ ଅନୁମତି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe