ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କଲେ ଏଏଆଇ ଟିମ୍, ଉଡ଼ିପାରେ ୭୦ ଆସନବିଶିଷ୍ଟ ବିମାନ

Advertisment
ରାଉରକେଲା ବିମାନ ବନ୍ଦରର ସ୍ଥିତି ଅନୁଧ୍ୟାନ କଲେ ଏଏଆଇ ଟିମ୍, ଉଡ଼ିପାରେ ୭୦ ଆସନବିଶିଷ୍ଟ ବିମାନ

ରାଉରକେଲା: ବହୁ ଦିନ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛିl ରାଉରକେଲାରୁ ଦୈନିକ ବିମାନ ସେବା ଆରମ୍ଭ ହେବାକୁ ଯାଉଛିl ରାଉରକେଲାରୁ ଉଡ଼ିପାରେ ସତୁରି ଆସନ ବିଶିଷ୍ଟ ଘରୋଇ ବିମାନl ଆଜି ଏୟାର ଅଥରିଟି ଅଫ ଇଣ୍ଡିଆ (ଏଏଆଇ)ର ଦୁଇଜଣିଆ ଟିମ୍ ସହ ଘରୋଇ ବିମାନ କମ୍ପାନିର ବରିଷ୍ଠ ଅଧିକାରୀ ରାଉରକେଲା ବିମାନ ବନ୍ଦର ପରିଦର୍ଶନରେ ଆସି ପହଞ୍ଚିଛନ୍ତି l

publive-image

ଟିମର ଅଧିକାରୀମାନେ ବିମାନ ବନ୍ଦରର ଆନୁସଙ୍ଗିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ସ୍ଥିତିର ଅନୁଧ୍ୟାନ କରିଥିଲେ l ଟିମ ସଦସ୍ୟମାନଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିସନର ଦିବ୍ୟଜ୍ୟୋତି ପରିଡ଼ା, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏବଂ ଆରଏସପିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେl ରାଉରକେଲା ବିମାନ ବନ୍ଦରରେ ଇନ୍ଧନ ସେଣ୍ଟର, ଭିଆଇପି ଗେଷ୍ଟ ହାଉସ ସହ ଅନ୍ୟାନ୍ୟ ସୁବିଧା ରହିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe