ସମ୍ବଲପୁର: ଆମ ଓଡ଼ିଶା ପ୍ରକାଶିତ ନୂଆ ‘ଆମ ପାଞ୍ଜି’ ମାଁ ସମଲେଶ୍ବରୀଙ୍କଠାରେ ଅର୍ପଣ କରାଯିବା ସହ ସମ୍ବଲପୁରରେ ଉନ୍ମୋଚିତ ହୋଇ ଯାଇଛି। ସୋମବାର ମାଁ ସମଲେଶ୍ବରୀଙ୍କଠାରେ ପୂଜାର୍ଚ୍ଚନା କରି ‘ଆମ ପାଞ୍ଜି’ ଲାଗି କରା ଯାଇଥିଲା। ଏହାପରେ ମନ୍ଦିର ପରିସରରେ ପାଞ୍ଜିର ବିଧିବଦ୍ଧ ଲୋକାର୍ପଣ କରା ଯାଇଥିଲା। ମାଁ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ, ମାଁ ସମଲେଶ୍ବରୀଙ୍କ ମୁଖ୍ୟ ପୂଜକ ଅମ୍ବିକା ରାୟ, ନିର୍ଭୟ ରାୟ, ପ୍ରଶାନ୍ତ ରାୟ, ପ୍ରକାଶ ରାୟ, ସୁଧାଂଶୁ ରାୟ, ଓକିଲ ରାୟ, ‘ସମ୍ବାଦ’ର ଉପମହାପ୍ରବନ୍ଧକ ଦେବେନ୍ଦ୍ର ସାମନ୍ତରାୟ, ଶାଖା ପରିଚାଳକ ଗଜେନ୍ଦ୍ରନାଥ ମଲ୍ଲିକ ଏବଂ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ମା’ ସମଲେଶ୍ବରୀଙ୍କ ପୀଠରେ ‘ଆମ ପାଞ୍ଜି’ ଲୋକାର୍ପିତ
Advertisment
Follow Us