ହଳଦୀକୁଣ୍ଡରେ ଅଜଣା ରୋଗ ଘଟଣା: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଆପ୍

Advertisment
ହଳଦୀକୁଣ୍ଡରେ ଅଜଣା ରୋଗ ଘଟଣା: ବ୍ଲକ କାର୍ଯ୍ୟାଳୟ ଘେରାଉ କଲା ଆପ୍

ମାଲକାନଗିରି: ମାଥିଲି ବ୍ଲକର ହଳଦୀକୁଣ୍ଡ ଠାରେ ଗତ ଏକ ମାସ ମଧ୍ୟରେ ଅଜଣା ରୋଗରେ ୯ ଜଣଙ୍କର ମୃତ୍ୟୁ ହୋଇଥବା ବେଳେ ୧୫ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇ ଯନ୍ତ୍ରଣା ପାଉଛନ୍ତି। ଏନେଇ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସେଭଳି ଆଖିଦୃଶିଆ ପଦକ୍ଷେପ ନେଇ ନ ଥିବା ଅଭିଯୋଗରେ ଶୁକ୍ରବାର ଆମ୍‌ ଆଦମୀ ପାର୍ଟି (ଆପ୍) ପକ୍ଷରୁ ସଭାପତି କେ.ଦେଶୀରାଜୁ ଆଚାରୀଙ୍କ ନେତୃତ୍ବରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରିଥିଲେ।

publive-image

ଏହି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରତ୍ୟେକ ପରିବାରକୁ କ୍ଷତିପୂରଣ ବାବଦକୁ ୮ ଲକ୍ଷ ଟଂକା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ପ୍ରଦାନ କରାଯାଉ। ସାଲିମି ଗ୍ରାମ ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଉ। ସାଲିମି ଗ୍ରାମପଞ୍ଚାୟତର ସମସ୍ତ ସରକାରୀ ବିଦ୍ୟାଳୟରେ ଭାଷା ଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯାଉ। ଅଜଣା ରୋଗର ଚିହ୍ନଟ କରି ଲୋକଙ୍କୁ ଭୟମୁକ୍ତ କରାଯାଉ।ହଳଦୀକୁଣ୍ଡ ଗ୍ରାମରେ ପରିମଳ ବ୍ୟବସ୍ଥା ଓ ପ୍ରତ୍ୟେକ ସାହିରେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉ। ତେବେ ବିଡିଓ ହୃଷିକେଷ ଗଣ୍ଡଙ୍କ ଜରିଆରେ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe