୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ପ୍ରତିକ୍ରିୟା ରଖିଲା ଆମ୍ ଆଦମୀ ପାର୍ଟି

୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼: ପ୍ରତିକ୍ରିୟା ରଖିଲା ଆମ୍ ଆଦମୀ ପାର୍ଟି

ଭୁବନେଶ୍ବର/ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ ଘଟଣାରେ ଜଡ଼ିତ କର୍ମୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆମ୍ ଆଦମୀ ପାର୍ଟି । ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟି ଓଡ଼ିଶା ଶାଖା ପ୍ରତିକ୍ରିୟା ରଖି ଫେସବୁକ୍ ପେଜରେ ପୋଷ୍ଟ କରି ଲେଖିଛି ଯେ, କୌଣସି ସମସ୍ୟାର ସମାଧାନ ଦାବି କରିବା ଏବଂ ଗଣତାନ୍ତ୍ରିକ ଉପାୟରେ କରିବା ହେଉଛି ଆପର ବିଚାରଧାରା। ଅଣ୍ଡାମାଡ଼ କରିବା ପାର୍ଟିର ନୀତି ବିରୁଦ୍ଧ କାମ। ଯେଉଁ ଦଳୀୟ କର୍ମୀମାନେ ଏପରି କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ପୁଣି ଜୋରଦାର ବିରୋଧ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ ଆଦମୀ ପାର୍ଟି ପକ୍ଷରୁ ୫ଟି ସଚିବଙ୍କ କାରକେଡକୁ ଅଣ୍ଡାମାଡ଼ କରାଯାଇଛି। ଏହା ସରକାରୀ ଗସ୍ତ ନୁହେଁ, ବରଂ ଏହା ବିଜେଡି ଦଳର ଗସ୍ତ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି। ପୂର୍ବରୁ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ବିଜେପି ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଆଜି ୫ଟି ସଚିବ ସୁବର୍ଣ୍ଣପୁର ଗସ୍ତରେ ଯାଇଛନ୍ତି । ସେଠାରେ ସେ ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଏବଂ ସୋନପୁର ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe