ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

Advertisment
ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଶ୍ରୀ ବେଉରିଆ ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା, ସଂଯୁକ୍ତ ଆରବ ଏମିରେଟ୍ସ,, ମିଆଁମାର, ଶ୍ରୀଲଙ୍କା ଏବଂ ରୁଷରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ। ସେ ଜି -୭୭ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଦଳର ସଦସ୍ୟ ଭାବରେ ଅଂଶଗ୍ରହଣ କରିଥିଲେ। ଏଥିସହିତ ବହୁବାର ବିଭିନ୍ନ  ଅନ୍ତର୍ଜାତୀୟ ସମ୍ମିଳନୀରେ ବି ଯୋଗ ଦେଇଥିଲେ। ଓଡିଆ ଷ୍ଟଡିଜ୍ ଏବଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ ଥିଲେ।

publive-image

ଗତକାଲି ରାତିରେ ଶ୍ରୀ ବେଉରିଆ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହିଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏବେ ତାଙ୍କର ମରଶରୀରକୁ ଆପୋଲୋ ହସ୍ପିଟାଲରେ ରଖାଯାଇଛି।ସେଠାରେ ତାଙ୍କ ସହଧର୍ମିଣୀ ଅଛନ୍ତି। ବିଦେଶରେ ରହୁଥିବା ତାଙ୍କ ଦୁଇ ଝିଅ ଭୁବନେଶ୍ୱରରେ ପହଞ୍ଚିବା ପରେ ଅବସର ବେଉରିଆଙ୍କର ଶେଷକୃତ୍ୟ କରାଯିବ।

ଶ୍ରୀ ବେଉରିଆ ରେଭେନ୍ସା ମହାବିଦ୍ୟାଳୟରୁ ବିଏ, ଉତ୍କଳ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତି ପରେ ବ୍ୟାଙ୍କ ଅଧିକାରୀ ଏବଂ ଅଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ସେ ଭାରତୀୟ ବୈଦେଶିକ ସେବାରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଶ୍ରୀ ବେଉରିଆ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe