ଆତଙ୍କବାଦୀ ଲିଙ୍କ୍‌ : ଅବ୍‌ଦୁର ରହେମାନ ମାମଲାରେ ସାକ୍ଷ୍ୟ ଗ୍ରହଣ

Advertisment
ଆତଙ୍କବାଦୀ କାର୍ଯ୍ୟକଳାପ ମାମଲା: ଅବଦୁର୍‌ ରହେମାନ ଦୋଷୀ ସାବ୍ୟସ୍ତ

କଟକ : ଉଗ୍ରବାଦୀ ସଂଗଠନ ଅଲ୍‌ କଏଦାର ସଦସ୍ୟ କୁହାଯାଉଥିବା ଅବ୍‌ଦୁର୍‌ ରହେମାନ୍‌ ବିରୋଧରେ ବିଚାରାଧୀନ ମାମଲାରେ ଆଜି ସାକ୍ଷ୍ୟ ଗ୍ରହଣ ହୋଇଛି। ଜିଲ୍ଲା ଓ ଦୌରା ଜଜ୍‌ ସତ୍ୟ ନାରାୟଣ ମିଶ୍ରଙ୍କ ଇଜିଲାସରେ ମାମଲାର ଶୁଣାଣି ସମୟରେ ଜଗତପୁର ଗୁଜରପୁର ଅଞ୍ଚଳର ସଲିମ ଖାନ୍‌ ଓରଫ ରମଜାନୀ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ପୂର୍ବରୁ ତାଙ୍କର ସାକ୍ଷ୍ୟ ଗ୍ରହଣ ଅଧା ରହିଥିଲା। ଆଜି ତାଙ୍କର ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି। ଆଜି ତାଙ୍କୁ ଜେରା ମଧ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ପବ୍ଲିକ୍‌ ପ୍ରସିକ୍ୟୁଟର ଅଜିତ କୁମାର ପଟ୍ଟନାୟକ ମାମଲା ପରିଚାଳନା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରହେମାନକୁ ଦିଲ୍ଲୀ ପୁଲିସ କମିସନରେଟ୍‌ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା। ଏହାପରେ ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬,୧୭,୧୮,୧୮-ବି,୨୦,୨୧,୩୮,୪୦ ଓ ଆଇପିସିର ଦଫା ୧୨୪-ଏରେ ରହେମାନ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe