୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ

କେନ୍ଦ୍ରାପଡ଼ା: ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସହକାରୀ ବ୍ଲକ୍‌ ଶିକ୍ଷା ଅଧିକାରୀ ଧରାପଡ଼ିଛନ୍ତି। ସୂଚନା ଅନୁଯାୟୀ, ଦରମା ରିଲିଜ୍ ପାଇଁ ଜନୈକ ଶିକ୍ଷକଙ୍କ ଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ବିପିନ ବିହାରୀ ସିଂ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତଙ୍କଠାରୁ ୫ ହଜାର ଟଙ୍କା ଜବତ ହୋଇଛଛି।

ଭିଜିଲାନ୍ସ ଜାଲରେ ପଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାଲିଆର ପୋଇଲୋଠାରେ ଥିବା ଅଭିଯୁକ୍ତ ଶ୍ରୀ ସିଂଙ୍କ ଆବାସିକ ଘରେ ବି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।ଜଣେ ସହକାରୀ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

publive-image

ସୂଚନାଯୋଗ୍ୟ, ଗତକାଲି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ଶିକ୍ଷା ଅଧିକାରୀ ରଂଜିତ ଭୋଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ୫ ହଜାର ଲାଞ୍ଚ ଟଙ୍କା ଟଙ୍କା ସହ ସେ ଧରାପଡ଼ିଥିଲେ। ଶ୍ରୀ ଭୋଇ ତାଙ୍କ ବ୍ଲକ୍‌ ଅନ୍ତର୍ଗତ ଗୋଟିଏ ହାଇସ୍କୁଲର କିଛି ଶିକ୍ଷକଙ୍କ ଦରମା ବନ୍ଦ କରିଥିଲେ। ବକେୟା ଦରମା ଫେରସ୍ତ ପାଇବାକୁ ସେ ପ୍ରଧାନ ଶିକ୍ଷକଙ୍କୁ ୫ହଜାର ଟଙ୍କା ଦାବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe