ସ୍କୁଲରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ; ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଏବିଇଓ ଅଟକ

Advertisment
ସ୍କୁଲରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ; ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଏବିଇଓ ଅଟକ

ଧର୍ମଗଡ଼,: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ୟୁପି ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସ୍କୁଲରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏପରିକି ସମାଧାନ ପାଇଁ ଆସିଥିବା ଏବିଇଓ ଅରୂପା ଭୋଇଙ୍କୁ ଆନ୍ଦୋଳନକାରୀ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପ୍ରକାଶ ଯେ, ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ମୋଟ ୨୨୨ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ମାତ୍ର ୩ ଜଣ ଶିକ୍ଷକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପୁଣି ଦୁଇ ଜଣ ଶିକ୍ଷକଙ୍କୁ ବିଏଲଓ ଡ୍ୟୁଟି ପଡ଼ିଛି। ଏଭଳି ସ୍ଥିତିରେ ଏବେ ମାତ୍ର ଜଣେ ପ୍ରଧାନ ଶିକ୍ଷକଙ୍କ ଭରସାରେ ସ୍କୁଲଟି ଚାଲିଥିବାରୁ ପାଠପଢ଼ାରେ ବହୁ ସମସ୍ୟା ଦେଖାଦେଉଛି। ଏନେଇ ଗ୍ରାମବାସୀ ଜାଣିବା ପରେ ଆନ୍ଦୋଳନକୁ ଓହ୍ଲାଇ ଶିକ୍ଷକ ନିଯୁକ୍ତି ଦାବି ନେଇ ଧାରଣା ଦେଇଥିଲେ।

publive-image

ବିଦ୍ୟାଳୟରେ ୫ ଜଣ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସ୍କୁଲ କମିଟି ସଭାପତି କ୍ଷମାରାଜ ମେହେର, ସରପଞ୍ଚ ଜୟନ୍ତୀ ବାଗ, ବାଲମତି ପୁଝାରୀ, କନକ ମେହେର, ଭୋଜରାଜ ମାଝୀ, ଭବାନୀ ନାଏକ, କୃଷ୍ଣ ମାଝୀ, ଡିକଚାନ୍ଦ ନାଏକ, ମହେଶ୍ବର ନାଏକ, ଭକ୍ତରାମ ମେହେର, ତୁଳସୀରାମ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି। ବିଇଓ ପଙ୍କଜିନୀ ଭୋଇ ସ୍କୁଲରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ହେଲେ କିଛି ସୁଫଳ ମିଳିନଥିବାରୁ ଗୁରୁବାର ମଧ୍ୟ ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe