ଶ୍ରୀମନ୍ଦିରରେ ଲାଗିବ ଅବଢ଼ା ଦର: ଅବଢ଼ା-ଶୁଖିଲି ଭୋଗ ପୃଥକ ଭାବେ ବିକ୍ରି ହେବ

Advertisment

ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ।

ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ।

abhada sfsfsf

ପୁରୀ: ଆନନ୍ଦ ବଜାରରେ ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବ। ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ। ଆନନ୍ଦବଜାର‌ରୁ ଭକ୍ତ ମହାପ୍ରସାଦ କିଣିବା ବେଳେ ଯେପରି ଠକାମୀର ଶିକାର ହେବେ ନାହିଁ, ସେନେଇ ନିର୍ଦ୍ଧାରିତ ହେବ ଦର। ଆଜି ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ସଂକ୍ରାନ୍ତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ନେଇ ସମସ୍ତ ପ୍ରସ୍ତାବ ଦିଆଯାଇଥିବା ବେଳେ ସରକାର ଏନେଇ ପଦକ୍ଷେପ ନେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟରେ ଅନୁଷ୍ଠିତ‌ ଏହି ବୈଠକରେ ଆନନ୍ଦ ବଜାର ଶୃଙ୍ଖଳା ପାଇଁ ସୁଆର ମହାସୁଆର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା। ଆଲୋଚନା ମୁତାବକ, ଆନନ୍ଦବଜାରରେ କେବଳ ସୂପକାର ହିଁ ଅବଢ଼ା ବିକ୍ରି କରିବେ। କର୍ମଚାରୀମାନେ ଡ୍ରେସ କୋର୍ଡ ପରିଧାନକୁ ପ୍ରାଧାନ୍ୟ ଦେବେ। ଅବଢ଼ା ବିକ୍ରି ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ କହିଛନ୍ତି, ଆନନ୍ଦ ବଜାରରେ ଭକ୍ତମାନେ ଶୃଙ୍ଖଳିତ ଭାବେ ବିନା ଠକାମୀରେ କିପରି ଅବଢ଼ା ମହାପ୍ରସାଦ ପାଇବେ ସେନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଛି। ଦର ନିର୍ଦ୍ଧାରଣ ପାଇଁ ସେବକଙ୍କୁ କୁହାଯାଇଛି। ଶୁଖିଲି ଭୋଗ ଓ ଅବଢ଼ା ମହାପ୍ରସାଦ ପୃଥକ ସ୍ଥାନରେ ବିକ୍ରି ହେବା ନେଇ ନିଷ୍ପତ୍ତି‌ ହୋଇଛି।

ଅବଢ଼ା-ଶୁଖିଲି ଭୋଗ ପୃଥକ ଭାବେ ବିକ୍ରି ହେବ 
କେବଳ ଭଲ ଘିଅରେ ମହାପ୍ରସାଦ ପ୍ରସ୍ତୁତିକୁ କଡ଼ାକଡ଼ି କରାଯିବ
ଆନନ୍ଦବଜାର ଶୃଙ୍ଖଳା ବୈଠକ

ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି, ଆନନ୍ଦ ବଜାରରେ କେବଳ ଭଲ ଘିଅର ବ୍ୟବହାର କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଯେପରି କୌଣସି ବ୍ୟକ୍ତି ଡାଲଡା ଘିଅରେ ଖଜା କିମ୍ବା ଅନ୍ୟ ଭୋଗ ପ୍ରସ୍ତୁତ ନକରନ୍ତି ଏବଂ ଡାଲଡା ଘିଅ ମନ୍ଦିର ଭିତରକୁ ପ୍ରବେଶ ନକରେ ସେଦିଗରେ ସ୍ବତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ଧ୍ୟାନ ଦେବେ। ଓମଫେଡ ଛଡ଼ା ଅନ୍ୟ କୌଣସି ଘିଅ ପ୍ରବେଶ କରିବ ନାହିଁ। କର୍ମଚାରୀମାନେ ଡ୍ରେସ କୋର୍ଡକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ସକାଳ ଧୂପରେ ଯେଉଁମାନେ ଅଧିକ ଭୋଗ ତୋଳୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଆଲୋଚନା ହୋଇଛି। 

ସୁଆର ମହାସୁଆର ଶ୍ରୀମନ୍ଦିର ପ୍ରଶାସନର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି। ଭକ୍ତମାନେ ଶ୍ରୀମନ୍ଦିରରେ ଏକ ଶୃଙ୍ଖଳିତ ପରିବେଶରୁ ଲେଉଟିବା ବେଳେ ଯେପରି ସୁଖଦ ଅନୁଭବ ନେବ ସେନେଇ ଏହି ନିଷ୍ପତ୍ତିକୁ ତ୍ବରିତ ଗୁରୁତ୍ବର ସହ ନେବା ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେବକମାନେ କହିଛନ୍ତି। ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀଙ୍କ ସମେତ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ସୁରକ୍ଷା ପ୍ରଶାସକ ହେମନ୍ତ ପାଢ଼ୀ, ପୁଲିସ କମାଣ୍ଡାଣ୍ଟ, ପୂର୍ବତନ ପରିଚାଳନା କମିଟି ସଦସ୍ୟ ଓ ସେବକ ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe