ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଅଭୟକାନ୍ତ ପାଠକ

ପାଠକଙ୍କୁ ପୁଣି ଇଡିର ଜେରା, କଳା ଟଙ୍କାର ଖୋଳତାଡ଼

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭୟକାନ୍ତ ପାଠକ ହାଜର ହୋଇଥିବାର ଖବର ମିଳିଛି। ଦୁଇଟି ମାମଲାରେ ପଚରାଉଚରା ପାଇଁ ସେ ହାଜର ହୋଇଥିବା ସୂଚନା ରହିଛି। ପୂର୍ବରୁ ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବିଭିନ୍ନ ଅଭିଯୋଗରେ ତଦନ୍ତ ପାଇଁ ସମନ ହୋଇଥିଲା।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଭୟକାନ୍ତ ପାଠକ ଗିରଫ ହୋଇଥିଲେ। ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଛି। ୮ କୋଟି ଟଙ୍କାର କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖୋଳତାଡ଼ ଜାରି ରହିଛି। ଆର୍ଥିକ ଦେଣନେଣ ଉପରେ ନଜର ରହିଛି। ଅଭୟକାନ୍ତଙ୍କୁ ଜେରା ପରେ ଏକାଧିକ ସମନ ଜାରି କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ସୁଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe