ଅଭୟଙ୍କ ନୂଆ ଟିମ୍‌: ସତ୍ୟଜିତ ଅଗ୍ନିଶମ ଡିଜି, ଅକ୍ଷୟ ପୁଲିସ ହାଉସିଂ

Advertisment

ରାଧାକୃଷ୍ଣ ଗୁଇନ୍ଦା ନିର୍ଦେଶକ, ଟିମ୍‌ରେ ଅନୁପ

ରାଧାକୃଷ୍ଣ ଗୁଇନ୍ଦା ନିର୍ଦେଶକ, ଟିମ୍‌ରେ ଅନୁପ

୧୦୦ ପୁଲିସ ଅଧିକାରୀ, କର୍ମଚାରୀଙ୍କୁ ମିଳିବ ଡିଜିପି ଡିସ୍କ୍‌; ଅଗଷ୍ଟ ୧୫ରେ ଦିଆଯିବ ପଦକ

ଭୁବନେଶ୍ବର: ଅଗ୍ନିଶମ, ପୁଲିସ ଗୃହ ନିର୍ମାଣ ନିଗମ, ଗୁଇନ୍ଦା, କ୍ରାଇମବ୍ରାଞ୍ଚ ମୁଖିଆ ପଦରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ବଦଳିଛନ୍ତି ଉଭୟ କଟକ ଓ ଭୁବନେଶ୍ବର ଡିସିପି। ସଫଳତାର ସହିତ ରଥଯାତ୍ରା ଶେଷ କରିବା ପରେ ପୁରୀ ଏସ୍‌ପି ଉମାଶଙ୍କର ଦାସଙ୍କୁ ପୁରସ୍କାର ଦିଆଯାଇ ଭୁବନେଶ୍ବର ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ କଟକ ଡିସିପି ଅଖିଳେଶ୍ବର ସିଂହ ପୁରୀ ଏସ୍‌ପି ଓ ନିକଟରେ କନ୍ଧମାଳରେ ବଡ଼ ମାଓ ଅପରେସନରେ ସଫଳତା ହାସଲ କରିଥିବା ପ୍ରତୀକ ସିଂହଙ୍କୁ କଟକ ଡିସିସି ଭାବେ ସରକାର ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାର ଆଜି ଏଭଳି ଢଙ୍ଗରେ ଆଇପିଏସ୍‌ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପୁଲିସ ଡିଜି ଭାବେ ଅଭୟ ଯୋଗଦେବା ପରେ ସେ ଏଯାଏ ନିଜ ଟିମ୍ ଗଠନ କରିନଥିଲେ। ସେହିଭଳି ଭୁବନେଶ୍ବର-କଟକ ଟ୍ବିନ୍ ସିଟିରେ ଟ୍ରାଫିକ ବ୍ୟବସ୍ଥାରେ ବଡ଼ ପରିବର୍ତନ ଆଣି ଚର୍ଚ୍ଚାକୁ ଆସିଥିବା ଡିସିପି ସାଗରିକା ନାଥଙ୍କୁ ବି ସ୍ବତନ୍ତ୍ର ଜିଲ୍ଲା ଦିଆଯାଇଛି।

କ୍ରାଇମବ୍ରାଞ୍ଚ ଦାୟିତ୍ବରେ ସୌମେନ୍ଦ୍ର
କଟକ, ଭୁବନେଶ୍ବର ଡିସିପି ବଦଳିଲେ
ଉମାଶଙ୍କର ଦାସ ଭୁବନେଶ୍ବରର ନୂଆ ଡିସିପି

ସରକାରୀ ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନ୍‌ରୁ ଫେରିବା ପରେ ବରିଷ୍ଠ ପୁଲିସ ଅଧିକାରୀ ଏମ୍‌ ଅକ୍ଷୟଙ୍କ ନିଯୁକ୍ତି ଆବଶ୍ୟକ ହୋଇଥିବା ପରିପ୍ରେକ୍ଷୀରେ ଏହି ୧୮ଜଣିଆ ଅଧିକାରୀଙ୍କ ତାଲିକା ପ୍ରକାଶ ପାଇଛି। ତେବେ ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଆଉ ଏକ ଛୋଟ ଅଦଳବଦଳ ହେବା ସମ୍ଭାବନାକୁ ଏଡ଼ାଇ ଦେଇ େହବନାହିଁ। କାରଣ କେନ୍ଦ୍ରୀୟ ଡେପୁଟେସନରୁ ଏଡିଜି ଯଶୋବନ୍ତ ସିଂ ଜେଠଵା ଓ ଋତୁ ଆରୋରା ଫେରିବେ। ଏପଟେ ଉତ୍ତରାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ସେଠାରେ ଏବେ ଡିଆଇଜି ଏସ୍‌ଟିଏଫ୍ ଜୟ ନାରାୟଣ ପଙ୍କଜ ଦାୟିତ୍ବରେ ଅଛନ୍ତି। ସେହିଭଳି ଆଇଜି ପର୍ସୋନେଲ୍ ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳା ଦାୟିତ୍ବ ଦିଆଯିବା ପରେ ଏହି ପଦବି ବି ଖାଲି ପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ ଆଜିର ପ୍ରମୁଖ ନିଯୁକ୍ତି ଭିତରେ ଏମ୍ ଅକ୍ଷୟଙ୍କୁ ପୁଲିସ ହାଉସିଂ କର୍ପୋରେସନ ସିଏମଡି ଦାୟିତ୍ବ ଦିଆଯାଇଥିବା ବେଳେ ଗୁଇନ୍ଦା ନିର୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦରେ ଅବସ୍ଥାପିତ କରାଯାଇଛି। ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ଗୁଇନ୍ଦା ନିର୍ଦେଶକ ଭାବେ ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ମୁଖିଆ ଭାବେ ବଦଳି କରାଯାଇଛି। ଡିଆଇଜି ପାହ୍ୟାକୁ ପଦୋନ୍ନତି ପରେ ଅତିରିକ୍ତ ପୁଲିସ କମିସନର ଭାବେ ନିଯୁକ୍ତି ପାଇଥିଲେ ହେଁ ଭୁବନେଶ୍ବର ଡିସିପି ଭାବେ ଅନୁପ କୁମାର ସାହୁ କାର୍ଯ୍ୟ କରୁଥିଲେ। ସରକାରଙ୍କ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରି ଗୁଇନ୍ଦା ଡିଆଇଜି ଭାବେ ବଦଳି କରିଛନ୍ତି। ସେହିପରି ଟ୍ରାଫିକ୍ ଡିସିପି ଭାବେ ଏବେ ପୁଣି ଜଣେ ମହିଳାଙ୍କୁ ଦେଖିବାକୁ ମିଳିବ। ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସପି ଭାବେ ଓ ସେଠାରେ ଥିବା ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ୍ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି। ଗଜପତି ଜିଲ୍ଲାରେ ଚର୍ଚ୍ଚାରେ ଥିବା ଏସପି ସାରା ଶର୍ମାଙ୍କର ଭିଜିଲାନ୍ସକୁ ବଦଳି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe