ସ୍ୱାଧିକାର ଭଙ୍ଗ ଘଟଣା: ୧୧ତାରିଖରେ ବିଧାନସଭା ଗୃହକମିଟି ଆଗରେ ହାଜର ହେବାକୁ ଅଭିଜିତ ଆୟାର ମିତ୍ରଙ୍କୁ ନୋଟିସ କରାଯିବ

Advertisment
ବନ୍ଧା ହେବେ ଅଭିଜିତ ଆୟାର ମିତ୍ର, ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: କୋଣାର୍କ ସହିତ ରାଜ୍ୟର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଦିଲ୍ଲୀର ଅଭିଜିତ ଆୟାର ମିତ୍ର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ କଠିନ ଆଭିମୁଖ୍ୟ ଗ୍ରହଣ କରିଛି ବିଧାନସଭା ଗୃହ କମିଟି। ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ ଅଭିଯୋଗରେ ଆଜି ଗୃହକମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ଆସନ୍ତା ଅକ୍ଟୋବର ମାସ ୧୧ ତାରିଖ ଦିନ ୧୧ଟା ବେଳେ ବିଧନସଭା ଗୃହ କମିଟି ଆଗରେ ହାଜର ହେବା ପାଇଁ ଅଭିଜିତ ଆୟାର ମିତ୍ରଙ୍କୁ ନୋଟିସ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ାର ପୂର୍ବତନ ସଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ତାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ର ଓ ଅନ୍ୟ ଜଣେ ସାମ୍ବାଦିକ କୋଣାର୍କ, ପୁରୀ ଓ ଚିଲିକା ବୁଲିବାକୁ ହେଲିକ୍ୟାପ୍ଟରରେ ଯାଇଥିଲେ। ତେବେ ଅଭିଜିତ ମଜୁମ୍‌ଦାର କୋଣାର୍କ ସମ୍ପର୍କରେ ଟ୍ଵିଟ୍‌ କରି କିଛି ବ୍ୟଙ୍ଗ କରିଥିଲେ। ଏହାକୁ ନେଇ କେତେକ ବିଧାୟକ ପ୍ରତିବାଦ କରିବାରୁ ଅଭିଜିତ ଆୟାର ମିତ୍ର ଓଡ଼ିଶା ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିଲେ।। ଏ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଧାନସଭାରେ ସ୍ୱାଧୀକାର ଭଙ୍ଗ ପ୍ରସ୍ତାବ ଆଗତ କରିଥିଲେ। ଏହାକୁ ଦଳମତ ନିର୍ବିଶେଷରେ ବିଧାୟକମାନେ ସମର୍ଥନ କରିବା ସହିତ ଅଭିଜିତ ଆୟାର ମଜୁମ୍‌ଦାରଙ୍କ ବିରୋଧରେ ଚାର୍ଜଫେମ୍‌ ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହକମିଟି ଗଠନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe