୪୮ ଘଣ୍ଟା ରିମାଣ୍ଡରେ ଅଭିଜିତ : ଅଜ୍ଞାତ ସ୍ଥାନରେ ଜେରା କରୁଛି କୋଣାର୍କ ପୁଲିସ୍‌

Advertisment
୪୮ ଘଣ୍ଟା ରିମାଣ୍ଡରେ ଅଭିଜିତ : ଅଜ୍ଞାତ ସ୍ଥାନରେ ଜେରା କରୁଛି କୋଣାର୍କ ପୁଲିସ୍‌

ପୁରୀ/କୋଣାର୍କ : ବିଶ୍ବ ଐତିହ୍ୟ କୋଣାର୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡିଥିବା ଅଭିଜିତ ଆୟାର ମିତ୍ରଙ୍କୁ ଆଜି କୋଣାର୍କ ପୁଲିସ ଦୁଇ ଦିନିଆ(୪୮) ଘଣ୍ଟା ପାଇଁ ରିମାଣ୍ଡରେ ନେଇଛି। ଭୁବନେଶ୍ବରର ଏକ ଅଜ୍ଞାତ ସ୍ଥାନକୁ ନେଇ ତାଙ୍କୁ ଜେରା କରୁଥିବା ଏକ ବିଶ୍ବସ୍ତସୂତ୍ରରୁ ଜଣାପଡିଛି।

ଅଭିଜିତଙ୍କୁ ୨୬ ଓ ୨୭ ତାରିଖ ଦୁଇଦିନ ରଖିବା ପରେ ତାଙ୍କୁ ପୁଣିଥରେ ଜେଏମଏଫସିଙ୍କ ନିକଟକରେ ଆସନ୍ତା ୨୮ ତାରିଖ ଦିନ ହାଜର କରାଯିବ।

ଏ ସଂପର୍କରେ ପୁରୀ ଏସପି ଡାକ୍ତର ସାର୍ଥକ ଷଡଙ୍ଗୀଙ୍କୁ ପଚାରିବାରେ ଅଭିଜିତଙ୍କୁ ୪୮ ଘଣ୍ଟା ପାଇଁ ରିମାଣ୍ଡରେ ଅଣାଯାଇଛି। ତେବେ ତାଙ୍କୁ କୋଣାର୍କରେ ରଖି ଜେରା କରାଯିବ ବୋଲି କହିଛନ୍ତି।
ପ୍ରକାଶ ଯେ, କୋଣାର୍କ ପୁଲିସ ଅଭିଜିତଙ୍କୁ କେସ୍ ନଂ ୯୨/୧୮ ବଳରେ ଝାରପଡା ଜେଲରୁ ରିମାଣ୍ଡରେ ଆଣିବାକୁ ପୁଲିସ କୋର୍ଟଙ୍କୁ ଅନୁମତି ମାଗିଥିଲ। ପୁଲିସର ଆବେଦନକୁ ଗ୍ରହଣ କରି କୋର୍ଟ ଅଭିଜିତଙ୍କୁ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। କୋଣାର୍କ ପୁଲିସ ଗତକାଲି ଅଭିଜିତଙ୍କୁ ଝାରପଡା ଜେଲରୁ ଆଣି କୋଣାର୍କ ଜେଏମ୍ଏଫ୍ ସିଙ୍କ ନିକଟରେ ହାଜର କରିଥିଲେ। କୋର୍ଟ ଅଭିଜିତଙ୍କ ଜାମିନ ଆବେଦନକୁ ନାମଂଜୁର କରିଦେଇଥିଲେ। କୋଣାର୍କ ପୁଲିସ ପୁଣିଥରେ ଜେଏମଏଫସିଙ୍କ ନିକଟରେ ଅଭିଜିତଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲେ।
ଆଜି କୋର୍ଟ ୨୬ ତାରିଖ ଅପରାହ୍ନ ୨ଟାରୁ ୨ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରିମାଣ୍ଡ ଅନୁମତି ଦେଇଛନ୍ତି। ଆସନ୍ତା ୨୮ ତାରିଖ ଦିନ ଅଭିଜିତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe