ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡ: ମାଷ୍ଟରମାଇଣ୍ଡ୍‌ର ପତ୍ତା ମିଳିଲାନି

୨୦୧୩ ମସିହା ଡିସେମ୍ବର ୧୫ ତାରିଖର ଘଟଣା। ସେହିଦିନ ସକାଳୁ ଯାହା ଘଟିଲା, ତାହା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା। ପ୍ରାତଃଭ୍ରମଣରେ ବାହାରିଥିବା ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଗଲା।

fhhfhf

ବଲାଙ୍ଗୀର: ୨୦୧୩ ମସିହା ଡିସେମ୍ବର ୧୫ ତାରିଖର ଘଟଣା। ସେହିଦିନ ସକାଳୁ ଯାହା ଘଟିଲା, ତାହା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା। ପ୍ରାତଃଭ୍ରମଣରେ ବାହାରିଥିବା ବିଜେଡି ନେତା ଅଭିମନ୍ୟୁ ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଗଲା। ଯେହେତୁ ଅଭିମନ୍ୟୁ ଦଳୀୟ ଟିକଟ୍‌ର ପ୍ରମୁଖ ଦାବିଦାର ଥିଲେ, ତେଣୁ ଏହା ସିଧା ରାଜନୈତିକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରାଗଲା। ତନାଘନା ପରେ ୪ଜଣ ଅଭିଯୁକ୍ତ ଅଶୋକ ଦାସ, ସନ୍ତୋଷ ରଣା, ଜଗଦୀଶ ବାଗ ଏବଂ ନରେଶ ସିଂହ ଗିରଫ ହୋଇଥିଲେ। ସେମାନଙ୍କୁ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଜଜ୍‌ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ମାମଲାରେ ତଦନ୍ତକାରୀ ଦଳ ୧୭୮ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା। ୩୩ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ ୨୦୧୪ ଜୁଲାଇ ୧୫ ତାରିଖ ରାୟ ପ୍ରକାଶ ପାଇଥିଲା। ଏହି ଘଟଣାକୁ ରାଜନୈତିକ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲେ ହେଁ ତଦନ୍ତକାରୀ ଦଳ ଏହା ବ୍ୟାବସାୟିକ ଓ ବ୍ୟକ୍ତିଗତ ଶତ୍ରୁତା ବୋଲି ଉଲ୍ଲେଖ କରିଥିଲା। ଅଭିଯୁକ୍ତମାନେ ଏହି ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅପିଲ୍‌ କରିଥିଲେ। ଯାହାର ଶୁଣାଣି ବାକି ରହିଛି। ରାୟ ପ୍ରକାଶ ପରେ ସ୍ବର୍ଗତ ସାହୁଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ସେହି ସମୟରେ ମାଷ୍ଟରମାଇଣ୍ଡ୍‌ ଗିରଫ ନ ହେବା ପର୍ଯ୍ୟନ୍ତ ତଦନ୍ତ ବନ୍ଦ ନ କରିବାକୁ ଦାବି କରିଥିଲେ। ଅଭିମନ୍ୟୁ ସାହୁ ହତ୍ୟାକାଣ୍ଡର କାରଣ ଏଯାଏ ରହସ୍ୟ ଘେରରେ ରହିଛି।

ଧରାପଡ଼ିଲେ ୪ ଅଭିଯୁକ୍ତ; କାରଣ ଏଯାଏ ଅସ୍ପଷ୍ଟ

ପର୍ଶୁରାମ ଶତପଥୀ ହତ୍ୟା ମାମଲା, ବଲାଙ୍ଗୀରର ପ୍ରଥମ ରାଜନୈତିକ ହତ୍ୟାକାଣ୍ଡ

ବଲାଙ୍ଗୀର: ବଲାଙ୍ଗୀରର ପ୍ରଥମ ରାଜନୈତିକ ହତ୍ୟାକାଣ୍ଡ ଭାବେ ବିବେଚନା କରାଯାଏ ପର୍ଶୁରାମ ଶତପଥୀଙ୍କ ହତ୍ୟା ଘଟଣାକୁ। ଯାହା ଘଟିଥିଲା ୧୯୭୪ ମସିହା ନଭେମ୍ବର ୨୯ ତାରିଖରେ। ପର୍ଶୁରାମ ଶତପଥୀ ସେହି ସମୟରେ ଥିଲେ ଜଣେ ଆଗଧାଡ଼ିର ସାମ୍ବାଦିକ। ଏହାସହିତ ସେ ସ୍ବତନ୍ତ୍ର ପାର୍ଟିର ଜଣେ ସକ୍ରିୟ ନେତା ଥିଲେ। ବଲାଙ୍ଗୀର ସହରର କୋଶଳ କଳାମଣ୍ଡଳ ରାସ୍ତା ଉପରେ ତାଙ୍କୁ ଜିପ୍‌ ମଡ଼ାଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୨ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ହୋଇଥିଲା। ତେବେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ୩ ଜଣଙ୍କ ନାମ ଖାରଜ କରାଯାଇଥିଲା। ୧୯୮୦ ମସିହାରେ ବଲାଙ୍ଗୀର-କଳାହାଣ୍ଡି ସେସନ୍ସ ଜଜ୍‌ ଏହି ମାମଲାର ଶୁଣାଣି କରି ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପୂର୍ବତନ ବିଧାୟକ ପ୍ରସନ୍ନ ପାଲ୍‌, ଧୋବେଇ ପୋଢ଼, ପ୍ରେମଲାଲ ସୁନା, ଯଜ୍ଞ ପୃଷେଠ, ଟିକରାମ ଅଗ୍ରୱାଲ, ସୁଜ୍ଞାନ ଷଣ୍ଢ, ଗୁଣ, ପ୍ରଫୁଲ୍ଲ ଭୋଇ ଏବଂ ଆର୍ତତ୍ରାଣ ସିଂହଦେଓ ମାମଲାର ଅଭିଯୁକ୍ତ ଥିଲେ। ୨୦୧୫ ମସିହାରେ ଆର୍ତ୍ତତ୍ରାଣ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe