ପାଠକ ଠକେଇ: ଟୁର୍‌ ଅପରେଟର ଅଫିସରରେ ପୁଲିସର ଛାନ୍‌ଭିନ୍‌

ସ୍ମାର୍ଟ ଜନପଥରେ ପୋଷ୍ଟର ଏତଲା ଦେଲା ସ୍ମାର୍ଟ ସିଟି

bhubaneswarcuttackpolice.gov.in

ଭୁବନେଶ୍ୱର : ଟୁର୍‌ ଅପରେଟିଂ କରୁଥିବା ସଂସ୍ଥା ‘ସ୍କାଏ କିଙ୍ଗ’ର ଅଭିଯୋଗକୁ ଆଧାର କରି ଖାରବେଳ ନଗର ଥାନାରେ ପାଠକ ବାପା-ପୁଅଙ୍କ ବିରୋଧରେ ହୋଇଥିବା ମାମଲାକୁ କମିସନରେଟ୍‌ ପୁଲିସ ଗୁରୁତ୍ବର ସହ ନେଇଛି। ଆଜି ଖାରବେଳ ନଗର ଥାନା ପୁଲିସ ସ୍କାଏ କିଙ୍ଗ୍ କାର୍ଯ୍ୟାଳୟରେ ପହଞ୍ଚି ଛାନ୍‌ଭିନ୍‌ କରିଛି।

ସ୍କାଏ କିଙ୍ଗ୍‌ର ମ୍ୟାନେଜିଂ ପାର୍ଟନର ପ୍ରଭାସ ଚୌଧୁରୀଙ୍କ ସମେତ ତିନିଜଣଙ୍କୁ ପୁଲିସ ପଚରା ଉଚରା କରିଛି। ଇ-ମେଲ୍‌ ଜରିଆରେ ଆସିଥିବା ବିଭିନ୍ନ ଚିଠି ଓ ପରିଚୟପତ୍ର ଯାଞ୍ଚ କଲା ବେଳେ ପୁଲିସ ଠକେଇର ପ୍ରମାଣ ପାଇଛି। ଟାଟା ମୋଟର୍ସ ନାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ସେ ସମ୍ପୃକ୍ତ ସଂସ୍ଥାକୁ ଠକିଥିବା ପୁଲିସ ଜାଣିବାକୁ ପାଇଛି। ଗୋଟିଏ ଥରରେ ଲକ୍ଷ ଲକ୍ଷ ଟଙ୍କା କାରବାର କରୁଥିବାରୁ ସମ୍ପୃକ୍ତ ସଂସ୍ଥା ବିଶ୍ବାସରେ ୬୩ ଲକ୍ଷ ଟଙ୍କା ବାକି ଦେଇ ଦେଇଥିବା ଜଣାପଡ଼ିଛି। ସେହିଭଳି ଅନେକ ଆର୍ଥିକ କାରବାର ଅନ୍‌ଲାଇନ୍‌ରେ ହୋଇଥିବା ବେଳେ କେତେକ ନଗଦ ହୋଇଛି। ଅନ୍‌ଲାଇନ୍‌ରେ ହୋଇଥିବା ସମସ୍ତ କାରବାରର ବିବରଣୀ ପୁଲିସ ସଂଗ୍ରହ କରିଛି। ନଗଦ କାରବାରର ବିଲ୍‌ ମଧ୍ୟ ପୁଲିସ ସଂଗ୍ରହ କରିଛି। ଟାଟା ମୋଟର୍ସ ପ୍ୟାଡ୍‌ ବ୍ୟବହାର କରିବା ସହ ପ୍ରସ୍ତୁତ କରିଥିବା ପରିଚୟପତ୍ରର ନକଲ ମଧ୍ୟ ପୁଲିସ ଜବତ କରିଛି। ପ୍ରାୟ ଏକଘଣ୍ଟାର ଏହି ଛାନ୍‌ଭିନ୍‌ରେ ଆକାଶ ବିରୋଧରେ ପୁଲିସ ଅନେକ ପ୍ରମାଣ ସଂଗ୍ରହ କରିଥିବା ଜଣାପଡ଼ିଛି। ଆକାଶ ଟାଟା କମ୍ପାନିର ଏମ୍‌ଡି ପରିଚୟ ଦେଇ ସ୍କାଏ କିଙ୍ଗ୍‌ ଅପରେଟର ସଂସ୍ଥା ଜରିଆରେ ଚାର୍ଟର ଫ୍ଲାଇଟ୍‌ ବୁକ୍‌ କରୁଥିଲେ। ଏଭଳି କାରବାର କଲାବେଳେ ୬୫ଲକ୍ଷ ଟଙ୍କା ବାକି ରଖିବା ପରେ ଆଉ ଦେଇନଥିଲେ ବୋଲି ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe