ରାଜ୍ୟରେ ୭୫% ନାମମାତ୍ର ଚାଷୀ

ରାଜ୍ୟରେ ୭୫% ନାମମାତ୍ର ଚାଷୀ

kaliaportal.odisha.gov.in

ଭୁବନେଶ୍ବର : ରାଜ୍ୟର ୭୫ ପ୍ରତିଶତ ହେଉଛନ୍ତି ନାମମାତ୍ର ଚାଷୀ। ରାଜ୍ୟର ମୋଟ ୪୮,୬୫,୮୫୦ ଚାଷୀ ଥିବା ବେଳେ ତହିଁରୁ ୩୬,୩୬,୬୫୮ଜଣ ନାମମାତ୍ର ଚାଷୀ ବୋଲି ବିଧାୟକ ଶଙ୍କର ଓରାମଙ୍କ ଏକ ଅଣ ତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ଶ୍ରୀ ସ୍ବାଇଁ କହିଛନ୍ତି ଯେ ରାଜ୍ୟରେ ୨୦୧୫/୧୬ରେ କୃଷି ଗଣନା କରାଯାଇଥିଲା। ପ୍ରତ୍ୟେକ ୫ବର୍ଷରେ ଥରେ ଏହି ଗଣନା କରାଯାଇଥାଏ। କୃଷି ଗଣନା ମାଧ୍ୟମରେ ଚାଷ ଜୋତ ବା ଅପରେସନାଲ ହୋଲ୍ଡିଂ ସଂଖ୍ୟାର ଆକଳନ କରାଯାଇଥାଏ। ଏହାକୁ ଚାଷୀ ସଂଖ୍ୟା ରୂପେ ବିବେଚନା କରାଯାଇପାରେ। ୨୦୧୫/୧୬ କୃଷି ଗଣନା ଅନୁସାରେ, କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ୮,୮୭,୨୭୨, ଅର୍ଦ୍ଧ ମଧ୍ୟମ ୨,୮୬,୭୩୫, ମଧ୍ୟମ ୫୧,୨୧୦ ଓ ବୃହତ ଚାଷୀଙ୍କ ସଂଖ୍ୟା ୩୯୭୫ ରହିଛି। ୨୦୧୫/୧୬ ମସିହାରେ କରାଯାଇଥିବା କୃଷି ଗଣନା ଓ ଏହାର ପୂର୍ବବର୍ତୀ କୃଷି ଗଣନା ଭିତରେ ଚାଷ ଜୋତର ସଜ୍ଞା ଓ ଆକଳନ ଭିତରେ କୌଣସି ପ୍ରଭେଦ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe