ପରମ୍ପରା ନାଁରେ ନିର୍ଯାତନା : ଚିତାଲାଗି ଅମାବାସ୍ୟା ବୋଲି ୨୩ରୁ ଊର୍ଧ୍ୱ ଶିଶୁଙ୍କୁ ଚେଙ୍କ

Advertisment
ପରମ୍ପରା ନାଁରେ ନିର୍ଯାତନା : ଚିତାଲାଗି ଅମାବାସ୍ୟା ବୋଲି ୨୩ରୁ ଊର୍ଧ୍ୱ ଶିଶୁଙ୍କୁ ଚେଙ୍କ

ନବରଙ୍ଗପୁର/ପାପଡାହାଣ୍ଡି : ନବରଙ୍ଗପୁର ଜିଲ୍ଲାରେ ପୁଣି ଅନ୍ଧବିଶ୍ୱାସର ଶିକାର ହୋଇଛନ୍ତି କୋମଳମତି ଶିଶୁ। ଚିତାଲାଗି ଅମାବାସ୍ୟାରେ ପରଂପରା ନାଁରେ ଶିଶୁଙ୍କୁ ଦିଆଯାଇଛି ଯନ୍ତ୍ରଣା ଦାୟକ ଚେଙ୍କ। ପାପଡାହାଣ୍ଡି ବ୍ଲକର ଖଡ଼ୁରା ସାହି ଏବଂ ଭୀମା ସାହିରେ ୨୩ରୁ ଅଧିକ ଶିଶୁଙ୍କ ପେଟରେ ଚେଙ୍କ ଦିଆଯାଇଛି। ଏମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୧୪ଜଣ ଶିଶୁ ଅଛନ୍ତି।

ବିଶ୍ୱାସ ରହିଛି, ଚିତାଲାଗି ଅମାବାସ୍ୟାରେ ଚେଙ୍କ ଦେଲେ ପିଲାମାନେ ବର୍ଷ ସାରା ସୁସ୍ଥ ରହିବେ। ଏହି ନିଷ୍ଠୁର ପରମ୍ପରାକୁ ସ୍ଥାନୀୟ ଲୋକେ ଛାଡିପାରିନାହାନ୍ତି। ଆଜିର ଘଟଣା ପରେ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି କଳୁଷିତ ପ୍ରଥାକୁ ତୁରନ୍ତ ବନ୍ଦ କରିବାକୁ ଦାବି ହୋଇଛି।

ଦୀର୍ଘ ବର୍ଷ ହେଲା ନବରଙ୍ଗପୁର ଜିଲ୍ଲାରେ ପାରମ୍ପରିକ ଚେଙ୍କ ଚିକିତ୍ସା ଚାଲି ଆସିଛି। ଲୋକେ ଦିଶାରୀ ନିକଟକୁ ନେଇ କିମ୍ବା ନିଜେ ଘରେ ହିଁ ଶିଶୁକୁ ଚେଙ୍କ ଦେଉଛନ୍ତି। ପ୍ରଶାସନ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛି, ପୁଲିସ କିଛି ଦିଶାରୀଙ୍କୁ ଗିରଫ କଲାଣି। ଏହାସତ୍ତ୍ୱେ ଲୋକେ ଏଥିରୁ ନିବୃତ୍ତ ହୋଇପାରି ନାହାନ୍ତି।

ଆଜି ପୁଣି ପାପଡାହାଣ୍ଡି ବ୍ଲକରେ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିତାଲାଗି ଅମାବାସ୍ୟା କାରଣରୁ ୨୩ରୁ ଅଧିକ ଶିଶୁଙ୍କୁ ଏକକାଳୀନ ଚେଙ୍କ ଦିଆଯାଇଛି। ସମସ୍ତ ଶିଶୁଙ୍କ ପେଟରେ ହିଁ ଚେଙ୍କ ଦିଆଯାଇଛି। ଅଭିଭାବକଙ୍କ କହିବା କଥା ହେଲା, ସେମାନେ ଜଙ୍ଗଲ ଜାତ ଦ୍ରବ୍ୟକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି। ଏଥିଯୋଗୁଁ ବହୁ ପେଟ ଜନିତ ରୋଗ ହୋଇଥାଏ। ଏଣୁ ଶିଶୁ ମାନଙ୍କୁ ବର୍ଷ ସାରା ବିଭିନ୍ନ ରୋଗ ଦାଉରୁ ରକ୍ଷା କରିବା ପାଇଁ ଚିତାଲାଗି ଅମାବାସ୍ୟା ଦିନ ପାହାନ୍ତିଆ ୪ଟାରୁ ୫ଟା ମଧ୍ୟରେ ଚେଙ୍କ ଦିଆଯାଇଥିଲା। ପ୍ରତିବର୍ଷ ଏଭଳି ଶିଶୁଙ୍କୁ ଚେଙ୍କ ଦିଆଯାଉଛି। ଏଥିରେ କିଛି ନୂଆ କଥା ନାହିଁ। ପରଂପରା ଦୀର୍ଘ ବର୍ଷର ହୋଇଥିବାରୁ କାହାକୁ ଏଥିପାଇଁ ବାରଣ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe