ବୀରମହାରାଜପୁରରୁ ଫେରାର ମାରି ଛତିଶଗଡ଼ରେ ଗିରଫ ହେଲା ଅଭିଯୁକ୍ତ

ବୀରମହାରାଜପୁରରୁ ଫେରାର ମାରି ଛତିଶଗଡ଼ରେ ଗିରଫ ହେଲା ଅଭିଯୁକ୍ତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡି ଗ୍ରାମରୁ ଫେରାର ଅଭିଯୁକ୍ତ କୃର୍ତ୍ତିବାସ ବେହେରା ଓରଫ୍ ହାଡୁକୁ ପୁଲିସ ଛତିଶଗଡ଼ର ଅମ୍ବିକାପୁରରୁ ଗିରଫ କରିଛି।

ସୂଚନା ଅନୁସାରେ ଅଭିଯୁକ୍ତ କୃର୍ତ୍ତିବାସ ଲେହେଡି ଗ୍ରାମରେ ଗତ ୨୦ ତାରିଖ ଦିନ ଜଣେ ମହିଳାଙ୍କ ଘର ଆଜବେଷ୍ଟସ ଭାଙ୍ଗି ଭିତରକୁ ପଶିଥିଲା। ସେଠାରେ ସେ ମହିଳାଙ୍କୁ ଧମକଚମକ୍ ଦେବା ସହିତ ଆକ୍ରମଣ କରି ଫେରାର ହୋଇଥିଲା। ପରେ ଏନେଇ ବୀରମହାରାଜପୁର ଥାନାରେ ପୀଡିତା ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ହିକୁଡି ଫାଣ୍ଡି ପୁଲିସ ଏକ ମାମଲା ରୁଜ କରିଥିଲା। ପରେ ଅଭିଯୁକ୍ତ କୃର୍ତ୍ତିବାସକୁ ପୁଲିସ ଜାମିନରେ ଛାଡ଼ିଥିଲା।

ଏହି ଘଟଣାକୁ ନେଇ ହିକୁଡି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ବୀରମହାରାଜପୁର ଥାନାରେ ଧାରଣା ଦେବାକୁ ଆସିଥିଲେ। ସ୍ଥାନୀୟ ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା ଥାନାକୁ ଆସି ମୋ ନିର୍ବାଚନ ମଣ୍ଡଳୀରେ ଏଭଳି ଅସାମାଜିକ ବ୍ୟକ୍ତିମାନଙ୍କ ସ୍ଥାନ ନାହିଁ। ଘଟଣାର ପୁନଃ ତଦନ୍ତ ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ  ନିର୍ଦ୍ଦେଶ ଦେଇଥିଲେ। ଏ ଘଟଣା ଜାଣିବା ପରେ ଅଭିଯୁକ୍ତ ଫେରାର ମାରିଥିଲା।

ଏହା ପରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ୍ ଶ୍ରୀମଲଙ୍କ ନିର୍ଦ୍ଦେଶରେ ଓ ଉପଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ  ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିଲା।  ଆଇଆଇସି ଶୋଭାକର ସେଟ୍, ହିକୁଡି ଫାଣ୍ଡି ଅଧିକାରୀ ଚକ୍ରଧର ବାରଲେବିଡିଆ ଓ ଅନ୍ୟାନ୍ୟ ପୁଲିସ୍ କର୍ମଚାରୀ ଛତିଶଗଡ଼ର ଅମ୍ବିକାପୁରରେ ସୋମବାର ଭୋର୍ ସକାଳୁ ଚଢ଼ାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe