୨୦୦୬ ଜେଲ୍‌ରେ ମାଓ ହମ୍‌ଲା ଘଟଣା: ୧୭ ବର୍ଷ ପରେ ଗିରଫ ହେଲା ଚମ୍ପଟ କଏଦୀ

୨୦୦୬ ଜେଲ୍‌ରେ ମାଓ ହମ୍‌ଲା ଘଟଣା: ୧୭ ବର୍ଷ ପରେ ଗିରଫ ହେଲା ଚମ୍ପଟ କଏଦୀ

ମୋହନା: ୨୦୦୬ରେ ମାଓବାଦୀଙ୍କ ଗଜପତି ଜିଲ୍ଲା ରା.ଉଦୟଗିରି ଜେଲ୍‌ ଉପରେ ହମ୍‌ଲା ଘଟଣାରେ ଜେଲ୍‌ରୁ ଚମ୍ପଟ ମାରିଥିବା ଜଣେ କଏଦୀକୁ ୧୭ ବର୍ଷ ପରେ ଆଜି ମୋହନା ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେ‌ଲା ମୋହନା ଥାନା ମଳାସପଦର ଗାଁର ପୂର୍ଣ୍ଣଚନ୍ଦ୍ର ମାଳବିଷୋୟୀ। ଘଟଣା ପରଠାରୁ ପୂର୍ଣ୍ଣଚନ୍ଦ୍ର ନାମରେ ଜାମିନ୍‌ ବିହୀନ ୱାରେଣ୍ଟ ରହିଥିଲା। ଆଜି କିରାମା ଗାଁରେ ପୂର୍ଣ୍ଣଚନ୍ଦ୍ର ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସୁଚନାଯୋଗ୍ୟ, ଗତ ୨୦୦୬ ମାର୍ଚ୍ଚ ୨୪ ତାରିଖରେ ମାଓବାଦୀ ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଓ ଜେଲ୍‌ ଉପରେ ଅମ୍‌ଲା କରି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସେହି ସମୟରେ ପୂର୍ଣ୍ଣଚନ୍ଦ୍ର ଏକ ପାରିବାରିକ ଗଣ୍ଡଗୋଳ ମାମଲାରେ ରା.ଉଦୟଗିରି ଜେଲ୍‌ରେ ବିଚରାଧୀନ କଏଦୀ ଥିଲା। ମାଓବାଦୀ ଜେଲ୍‌ ଭାଙ୍ଗିବା ପରେ ଏହାରି ସୁଯୋଗ ନେଇ ଜେଲ୍‌ରେ ଥିବା କିଛି କଏଦୀ ଚମ୍ପଟ ମାରିଥିବା ବେଳେ ସେମାନଙ୍କ ସହ ପୂର୍ଣ୍ଣଚନ୍ଦ୍ର ମଧ୍ୟ ଜେଲ୍‌ରୁ ଚମ୍ପଟ ମାରିଥିଲା ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe