ଜିଲିଣ୍ଡା ବନାଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ଫେରାର ରେଞ୍ଜର

Advertisment
ଜିଲିଣ୍ଡା ବନାଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ଘଟଣା: ନିଲମ୍ବିତ ହେଲେ ଫେରାର ରେଞ୍ଜର

ବନ୍ତଳା: ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳରୁ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ରେଞ୍ଜର ଫେରାର ହୋଇଯାଇଥିଲେ। ତେବେ ତାଙ୍କୁ ବନ ବିଭାଗ ପକ୍ଷରୁ ଆଜି କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ସୂଚନାଯୋଗ୍ୟ ଯେ ଗତ ୨୩ ତାରିଖରେ ସାତକୋଶିଆ ଅଭୟାରଣ୍ୟର ଜିଲିଣ୍ଡା ବନାଞ୍ଚଳରୁ ଏକ ଦନ୍ତାହାତୀର କଙ୍କାଳ ମିଳିଥିଲା। ତେବେ ମାଟି ଭିତରେ ପୋତା ଯାଇଥିବା ହାତୀର କଙ୍କାଳ ସିନା ମିଳିଥିଲା ଦାନ୍ତ କିନ୍ତୁ ଗାଏବ ହୋଇଯାଇଥିଲା। ଏହି ଘଟଣାରେ ୩ଜଣ ହାତୀ ସ୍କ୍ୱାର୍ଡକୁ ବନ ବିଭାଗ ଗିରଫ କରିଥିଲା ଓ ଦୁଇଜଣ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ କିନ୍ତୁ ଜିଲିଣ୍ଡା ବନାଞ୍ଚଳ ଅଧିକାରୀ ହରିଶ୍ଚନ୍ଦ୍ର ପ୍ରଧାନ କାର୍ଯ୍ୟ ଛାଡି ଫେରାର ହୋଇଯାଇଥିଲେ। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସାତକୋଶିଆ ଡିଏଫଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ହାତୀ କଙ୍କାଳ ଉଦ୍ଧାର ଘଟଣାରେ ଶିଶୁପଥର ଗାଁର ପ୍ରମୋଦ ବେହେରା (୫୫), ମହର୍ଗା ଅମାନ୍ତ (୫୫) ଓ ନଖପଡ଼ା ଗାଁର ସୁରେନ୍ଦ୍ର ପ୍ରଧାନଙ୍କୁ ବନ ବିଭାଗ  ଗତ ମେ’ ମାସ ୨୭ ତାରିଖରେ ଗିରଫ କରିଥିଲା। ନିରୁପମା ସାହୁଙ୍କ ସମେତ ୨ ଜଣ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe