ବଳପୂର୍ବକ ଯୁବତୀଙ୍କ ସହିତ ସାରିରୀକ ସମ୍ପର୍କ ରଖି ଫେରାର ଯୁବକ ଗିରଫ: କୋର୍ଟ ଚାଲାଣ କଲା ପୁଲିସ୍ 

Advertisment
ବଳପୂର୍ବକ ଯୁବତୀଙ୍କ ସହିତ ସାରିରୀକ ସମ୍ପର୍କ ରଖି ଫେରାର ଯୁବକ ଗିରଫ: କୋର୍ଟ ଚାଲାଣ କଲା ପୁଲିସ୍ 

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଲୁଣ୍ଡା ବ୍ଳକ ଡାଲଡବା ଗ୍ରାମରେ ଏକ ଅବିବାହିତ ଯୁବକଙ୍କୁ ବଳ ପୂର୍ବକ ସାରିରୀକ ସମ୍ପର୍କ ରଖି ଫେରାର ଥିବା ଯୁବକକୁ ଗିରଫ କରିଛି ବୀରମହାରାଜପୁର ପୋଲିସ ।

ମିଳିଥିବା ସୂଚନା ଅନୁସାରେ ବୀରମହାରାଜପୁର ଥାନା ଅନ୍ତର୍ଗତ ଅନ୍ତପାଲି ଗ୍ରାମର ଏକ ଅବିବାହିତ ଯୁବତୀଙ୍କୁ ଡାଲଡବା ଗ୍ରାମର ଦେବାଶିଷ ଭୋଇ (୨୨) ଯୁବତୀଙ୍କୁ ତାଙ୍କ ଘରକୁ ଡ଼ାକି ଥିଲା । ଘରେ କବାଟ କିଳି ବଳ ପୂର୍ବକ ସାରିରୀକ ସମ୍ପର୍କ ରଖି ଥିଲା ।

ଏଥିରେ ନାରାୟଣ ଭୋଇ, ସୁବର୍ଣ୍ଣା ଭୋଇ ଓ ଯମୁନା ଭୋଇ ସହଯୋଗ କରିଥିଲେ । ଘଟଣା ପ୍ରଘଟ ନ କରିବା ପାଇଁ ଯୁବତୀଙ୍କୁ ମାଡ଼ ମାରି ଡାଲଡବା ଛକରେ ତାଙ୍କୁ ଏକୁଟିଆ ଛାଡ଼ି ସମସ୍ତେ ଫେରାର ହୋଇଯାଇଥିଲେ । ୨୭ ଜୁଲାଇରେ ପୀଡିତା ବୀରମହାରାଜପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବୀରମହାରାଜପୁର ଥାନା କେସ୍ ନମ୍ବର ୨୪୧ ରେ ସବ୍ ଇନ୍ସପେକ୍ଟର୍ ଅବିନାଶ ପଧାନ ତଦନ୍ତ ଆରମ୍ଭ କରିଥିଲେ।

ମଙ୍ଗଳବାର ବିଭିନ୍ନ ସ୍ଥାନରେ ପୋଲିସ୍ ଚଢାଉ କରି ଚାରି ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା । ପିଡିତା ଓ ମୁଖ୍ୟ ଅଭିଯୁକ୍ତଙ୍କ ଡାକ୍ତିରି ମାଇନା ସୋନପୁର ଜିଲ୍ଲା ଡାକ୍ତର ଥାନାରେ କରାଯାଇଥିଲା । ବୁଧବାର ସମସ୍ତଙ୍କୁ କୋର୍ଟ ଚାଲାଣ କରିଥିଲା ବୀରମହାରାଜପୁର ପୋଲିସ୍। ମାନ୍ୟବର କୋର୍ଟ ସମସ୍ତଙ୍କ ଜାମିନ୍ ଆବେଦନ ନାମଞ୍ଜୁର କରିଦେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe