ପାରାଦୀପରେ ଲଜ୍ଜାଜନକ ଘଟଣା: ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଫିଙ୍ଗିଦେଲେ

Advertisment
ଆମେରିକୀୟ ଏଜେନ୍ସିର ସୂଚନା: ମଧ୍ୟପ୍ରଦେଶରେ ୩୦,୦୦୦ ଅନ୍‌ଲାଇନ୍ ଶିଶୁ ନିର୍ଯାତକ ଅଛନ୍ତି

The Sentinel Assam

ଜଗତସିଂହପୁର : ବନ୍ଦର ନଗରୀ ପାରାଦୀପରେ ଏକ ଅଭାବନୀୟ ତଥା ଲଜ୍ଜାଜନକ ଘଟଣା ଘଟିଛି। ଷଣ୍ଢକୁଦ ବସ୍ତିରେ ରହୁଥିବା ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରି କେହି ଦୁର୍ବୃତ୍ତ ସମୁଦ୍ର ବାଲିରେ ଫୋପାଡ଼ି ଦେଇଛି। ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇ ପ୍ରଥମେ ଅଠରବାଙ୍କୀସ୍ଥିତ ବିଜୁ ମେମୋରିଆଲ୍‌ ହସପିଟାଲ୍‌ ପରେ ଜିଲ୍ଲା ମୁଖ୍ୟ ହସପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଜଟାଧାର ଥାନା ମୁହାଣ ଥାନା ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି ବର୍ବର କାଣ୍ଡ ଘଟାଇଥିବା ଅଭିଯୁକ୍ତର ପତ୍ତା ମିଳୁନାହିଁ।

ସୂଚନାନୁସାରେ, ପୀଡ଼ିତାଙ୍କ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବାରୁ ରାତି ପ୍ରାୟ ୮ଟା ସୁଦ୍ଧା ସମସ୍ତ କାମ ଶେଷ କରି ଶୋଇପଡ଼ନ୍ତି। ଗୁରୁବାର ରାତିରେ ମଧ୍ୟ ସେହି ସମୟରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ ପୀଡ଼ିତାଙ୍କ ବାପାଙ୍କର ନିଦ ଭାଙ୍ଗି ଯାଇଥିଲା। ସେ ଉଠି ଦେଖନ୍ତି ଯେ, ଘରେ ତାଙ୍କ ନାବାଳିକା ଝିଅ ନାହିଁ। ସେ ବ୍ୟସ୍ତ ହୋଇ ବସ୍ତି ସାରା ବୁଲି ବୁଲି ଖୋଜି ନିରାଶ ହେବାପରେ ଥାନାରେ ଅଭିଯୋଗ କରିଥିଲେ। ଏହି ସମୟରେ ଝିଅ ମିଳିଗଲା ବୋଲି ତାଙ୍କୁ ଫୋନ୍ ଆସିଥିଲା। ଝିଅଟି କାନ୍ଦି କାନ୍ଦି ବୁଲୁଥିବା ବେଳେ ତାଙ୍କୁ ଜଣେ ଲୋକ ଘରେ ରଖିଥିଲେ ବୋଲି କହିଥିଲେ। ଝିଅକୁ ସାଥୀରେ ନେଇ ଯିବା ସମୟରେ ତାର ଗୁପ୍ତାଙ୍ଗରୁ ପ୍ରବଳ ରକ୍ତ ସ୍ରାବ ହେଉଥିବା ସେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ କିଛି କହି ନପାରି ଛୋଟ ଝିଅଟି କେବଳ କାନ୍ଦୁଥିଲା। ଏନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତୁରନ୍ତ ଚିକିତ୍ସା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କୁ ହସ୍ତାନ୍ତର କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ପଚରାଉଚରା କରିଥିଲା।

ଉକ୍ତ ବ୍ୟକ୍ତିଙ୍କ କହିବା ମୁତାବକ, ଭୋର୍ ସମୟରେ କିଛି ଲୋକ ତାଙ୍କ କବାଟ ବାଡ଼େଇ ଥିଲେ। ଏହି ଝିଅଟିକୁ ସେମାନେ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରି, ତାଙ୍କୁ ଦେଇଥିଲେ। ଏଣୁ ସକାଳ ହେଲେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବେ ବୋଲି ଚିନ୍ତା କରି ସେ ତାକୁ ଘରେ ରଖିଥିଲେ ବୋଲି କହିଛନ୍ତି। ଏମିତି ଘଟଣା ସମ୍ପର୍କରେ ସେ ଆଦୌ ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ୍‌ ମଧ୍ୟ ମୁହଁ ଖୋଲୁନି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି, ପୀଡ଼ିତାଙ୍କ ପରିବାର ଲୋକ ଶୋଇଥିବା ବେଳେ ଏତେ କମ୍ ବୟସର ଝିଅଟି କବାଟ ଖୋଲି କେମିତି ବାହାରକୁ ବାହାରିଗଲା? ଷଣ୍ଢକୁଦ ବସ୍ତିରେ ପ୍ରତିଦିନ ନୂଆ ନୂଆ ଲୋକ ଆସି ରହୁଥିବାରୁ ପ୍ରକୃତ ଅଭିଯୁକ୍ତକୁ ଧରିବା ପୁଲିସ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe