ନାବାଳିକାକୁ ଦୁର୍ବ୍ୟବହାର, ଯୁବକ ଗିରଫ

Advertisment
ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ପୁଲିସ ସୋମବାର ଦିନ ଜଣେ ନାବାଳିକା ଦୁର୍ବ୍ୟହାର ପ୍ରଦର୍ଶନକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଘସିପୁରାର ସୁନ୍ଦର ମୋହନ ଟୁଡୁ (୩୦) କେନ୍ଦୁଝରରେ ରହି ମିସ୍ତ୍ରି କାମ କରେ। ତେବେ ଗତ ୧୮ ତାରିଖ ସେ ରହୁଥିବା ସ୍ଥାନର ଜଣେ ୧୨ ବର୍ଷର ନାବାଳିକାକୁ ସାନଘାଗରା ବୁଲାଇବାକୁ ନେଇଥିଲା। ବୁଲାବୁଲି କରି ସେଠାରୁ ଫେରିବା ବେଳେ ଜୁଡିଆ ଆମ୍ବ ବଗିଚା ନିକଟରେ ନ‌ାବାଳିକାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ଫଳରେ ନାବାଳିକା ଚିତ୍କାର କରିଥିଲେ।

ନାବାଳିକାଙ୍କ ଚିତ୍କାର ଶୁଣି ସେହି ନିକଟରେ ଥିବା ଲୋକମାନେ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ସୁନ୍ଦର ମୋହନ ସେଠାରୁ ଫେରାର ହୋଇଯାଇଥିଲା । ଫଳରେ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡିଥିଲା । ଏଥିନେଇ ପୁଲିସ ଟାଉନ ଥାନା କେସ ନମ୍ବର୧୧୫/ ୨୦୨୩ ରୁଜୁ କରିଥିଲା । ଏହି ଘଟଣାରେ ପୁଲିସ ଆଜି ସୁନ୍ଦର ମୋହନକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe