ବାଣୀବିହାରରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣା: ଆନ୍ଦୋଳନକୁ ଓହ୍ଲାଇଲା ଏବିଭିପି

Advertisment
ବାଣୀବିହାରରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣା: ଆନ୍ଦୋଳନକୁ ଓହ୍ଲାଇଲା ଏବିଭିପି

Photo: Bibhuti

ଭୁବନେଶ୍ବର: ବାଣୀବିହାରରେ ଆଲୋଚନାଚକ୍ର ବେଳେ ଉତ୍ତେଜନା ଘଟଣାରେ ଆଜି ସନ୍ଧ୍ୟାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)  ଆନ୍ଦୋଳନକୁ ଓହ୍ଲାଇଛି। ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟକୁ ବିରୋଧ କରି ବାଣୀବିହାର ଗେଟ୍ ସମ୍ମୁଖରେ ଏବିଭିପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଦେଶବିରୋଧୀ ମନ୍ତବ୍ୟ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଛାତ୍ର ସଂଗଠନ ଦାବି କରିଛି। ସଂଗଠନର ପ୍ରାୟ ୨୦୦ କର୍ମୀ ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଟାୟାର ଜାଳି ପ୍ରଦର୍ଶନ ସହ ଧାରଣାରେ ବସିଥିଲେ।

ସୂଚନାଯୋଗ୍ୟ, ସିଟିଜେନ୍ ଫୋରମ ପକ୍ଷରୁ ଆଜି ପୂର୍ବାହ୍‌ଣରେ ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ‘ଜାତୀୟ ଶିକ୍ଷାନୀତି ଓ ତାର ପ୍ରଭାବ’ ଉପରେ ଏକ ସେମିନାର ଆୟୋଜନ କରାଯାଇଥିଲା। ଏହି ସେମିନାରର ଦ୍ୱିତୀୟ ଅଧିବେଶନରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ) ଅର୍ଥନୀତି ବିଭାଗର ପ୍ରଫେସର ସୂରଜିତ ମଜୁମଦାର ଭାଷଣ ଦେଉଥିଲେ। ସେ କହିଥିଲେ, ବର୍ତ୍ତମାନ ଦେଶ ବିପରୀତ ଦିଗରେ ଗତି କରୁଛି। ତେବେ ପ୍ରଫେସର ମଜୁମଦାରଙ୍କ ସମ୍ବୋଧନକୁ ସେମିନାରରେ ଉପସ୍ଥିତ ଥିବା କିଛି ଛାତ୍ର ତୀବ୍ର ବିରୋଧ କରିଥିଲେ। ପ୍ରଫେସର ସୂରଜିତ ସମ୍ବିଧାନ ଆଲୋଚନା ଚକ୍ର ଆଳରେ ଦେଶ ବିରୋଧୀ ମନ୍ତବ୍ୟ ଦେଉଥିବା ଛାତ୍ରମାନେ ଅଭିଯୋଗ ଆଣିଥିଲେ। ଏହି ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ସହିଦନଗର ପୁଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବାଣୀବିହାର ପରିସରରେ ଛାତ୍ର ଅସନ୍ତୋଷ ପରିସ୍ଥିତି ଦେଖିବାକୁ ମିଳିଛି।

publive-image

କେନ୍ଦ୍ରର ମୋଦୀ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ସମୟରେ ଜେଏନୟୁରେ ବିବାଦ ହୋଇଥାଏ । ନିକଟରେ ବିବିସି ଡକ୍ୟୁମେଂଟାରୀ ସ୍କ୍ରିନିଂକୁ ନେଇ ବିବାଦ ହୋଇଥିଲା। ବିରୋଧୀ ଦଳର ଛାତ୍ର ସଂଗଠନ ବିବିସି ଡକ୍ୟୁମେଂଟାରୀ ସ୍କ୍ରିନିଂ କରିବାକୁ ନେଇ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ପୂର୍ବରୁ ମଧ୍ୟ ଜେଏନୟୁରୁ ଏଭଳି ଅନେକ ଘଟଣା ଘଟିଛି। କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ପ୍ରାୟତଃ କେବେ ଦେଖିବାକୁ ମିଳିନଥିଲା। ଆଉ ଜେଏନୟୁ ପ୍ରଫେସର ଆସିଥିବାବେଳେ ଏଭଳି ଘଟଣା ଘଟିବା, ଚର୍ଚ୍ଚାର ବିଷୟ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe