ଏବିଭିପି ପକ୍ଷରୁ ଜନଜାତି ଗୌରବ ଦିବସ ପାଳିତ

ଏବିଭିପି ପକ୍ଷରୁ ଜନଜାତି ଗୌରବ ଦିବସ ପାଳିତ

ଭବାନୀପାଟଣା : ଏବିଭିପି ପକ୍ଷରୁ ବିର୍ସାମୁଣ୍ଡା ଜୟନ୍ତୀକୁ ଆଜି ଜନଜାତି ଗୌରବ ଦିବସ ରୂପେ ପାଳନ କରିଛି । କଳାହାଣ୍ଡିର ଭବାନୀପାଟଣାର ଜୋର ପାଡା, ରାମସାଗର ପଡା, ଅର୍କା ବାହିଲି ପଡା, ମହାବୀର ପଡା, ବିବିସି ପଡା, ଭଙ୍ଗାବାରି ଆଦି ବିଭିନ୍ନ ସ୍ଥାନରେ ଏବିଭିପିର କାର୍ଯ୍ୟକର୍ତ୍ତାମାନେ ଜନଜାତି ଗୌରବ ଦିବସ ପାଳନ କରିଛନ୍ତି । ମେଦିନୀପୁର ଠାରେ ଜନଜାତି ଗୌରବ ଦିବସ ପାଳନ ସହ ପରିଷଦର ପାଠଶାଳା ଉଦଘାଟନ କରାଗଲା ।

ପରିଷଦର ପାଠଶାଳା ଅନୁଯାୟୀ ଘରେ ଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ ପଢାଯିବ ଓ ପାଠ୍ୟ ଉପକରଣ ଦିଆଯିବ ବୋଲି ଏବିଭିପି ପକ୍ଷରୁ କହିଛନ୍ତି । ଏଥିରେ ନଗର ସଭାପତି ପ୍ରତ୍ୟୁଷ ସାହୁ ଏବଂ ନଗର ସମ୍ପାଦକ ଅମୀୟ ଜ୍ୟୋତି ଜେନା, ନଗର ସହ ସମ୍ପାଦକ ଅଭିଷେକ ନାୟକ ,ବିଭାଗ କାର୍ଯ୍ୟାଳୟ ସମ୍ପାଦକ ପୁରୁଶୋତ୍ତମ ବିଶି, ଶଙ୍କର ପ୍ରଧାନ, ମୁକେଶ ବେହେରା ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ଆନନ୍ଦ ଶବର, ଗୌରବ ନାୟକ, ଦୀପକ ନାୟକ, ସୁଜାତା ମଲ୍ଲିକ, କୌଶିକ ନାୟକ ଏବଂ ରୋସନ ପୁଝାରୀ ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe