ବିଜୁ ଏକ୍ସପ୍ରେସ ୱେ’ରେ  ବଢୁଛି ଦୁର୍ଘଟଣା:ଦୁଇ ପୃଥକ୍‌ ଦୁର୍ଘଟଣା, ୧୦ ଆହତ

Advertisment
ବିଜୁ ଏକ୍ସପ୍ରେସ ୱେ’ରେ  ବଢୁଛି ଦୁର୍ଘଟଣା:ଦୁଇ ପୃଥକ୍‌ ଦୁର୍ଘଟଣା, ୧୦ ଆହତ

ସିନାପାଲି: ସିନାପାଲି ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍‌ ୱେ’ ଏଯାଏ କାର୍ଯ୍ୟକ୍ଷମ ହୋଇନଥିଲେ ହେଁ ଏଠାରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଆଜି ଦିନକରେ ଦୁଇଟି ପୃଥକ୍ ଦୁର୍ଘଟଣା ଘଟିଛି। ସକାଳେ ହାତୀବନ୍ଧା ନିକଟରେ ଏକ ବଲେରୋ ଓ ଏକ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ବଲେରୋଟି ୧୦ ଫୁଟ୍ ତଲକୁ ଯାଇ ଓଲଟି ଯାଇଥିବାରୁ ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବଲେରୋଟି କଳାହାଣ୍ତି ଜିଲ୍ଲା ଚିଚିଆ ଗ୍ରାମରୁ ଏକ ମାଙ୍ଗଳିକ କାର୍ଯ୍ୟରେ ସିନାପାଲି ଅଭିମୁଖେ ଆସୁଥିଲା। ଆହତଙ୍କୁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟ ଏକ ଘଟଣାରେ ଆଜି ସକାଳ ପ୍ରାୟ ୯ଟାରେ ବିଜୁ ଏକ୍ସପ୍ରେସ୍‌ ୱେ’ ଠିକା କମ୍ପାନିର ଏକ ହାଇୱା ଯୁଗେନପଦର ଛକ ନିକଟରେ ଓଲଟି ପଡ଼ିଛି। ଡ୍ରାଇଭର ଅଲ୍ପକେ ବର୍ତ୍ତି ଯାଇଛନ୍ତି।

ବିଜୁ ଏକ୍ସପ୍ରେସ ୱେ’ରେ ବର୍ତ୍ତମାନ ଚାରିଲେନ‌୍ କାମ ଚାଲୁ ରହିଛି। ଯୁଗେନପଦର ନିକଟରେ ଉଦନ୍ତୀ ସେତୁ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲିଛି। ଏହା ସମ୍ପୂର୍ଣ୍ଣ ହୋଇ ନାହିଁ। କିନ୍ତୁ ଅନେକ ଯାନବାହନ ଏହି ରାସ୍ତାରେ ପ୍ରତ୍ୟହ ଚଳାଚଳ କରୁଛି। ଯାନବାହନ ଗୁଡ଼ିକ ଟ୍ରାଫିକ୍ ନିୟମ ପ୍ରତି ଦୃଷ୍ଟି ଦେଉନଥିବା‌ ସହ ବେପରୁଆ ଢଙ୍ଗରେ ଗାଡ଼ି ଚଲାଉଥିବା ଦେଖାଯାଉଛି। ଫଳରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ପ୍ରାୟତଃ ବୋଡ଼େନ ପଟୁ ସିନାପାଲି ଆସିବା ବେଳେ ଯୁଗେନପଦର ଛକ ଓ ସିନାପାଲିରୁ ଦେଭୋଗ ରାସ୍ତାରେ ଗୋଡାଲ (ଭାଟିଛକ) ଛକ ନିକଟରେ ପ୍ରାୟତଃ ଦୁର୍ଘଟଣା ଘଟୁଛି। ଏହି ଦୁଇ ଛକ ସବୁଠାରୁ ବିପଦପୂର୍ଣ୍ଣ ରହିଛି। ଏହି ଛକ ମାନଙ୍କରେ ଓଭର ବ୍ରିଜ କିମ୍ବା ଗୋଲେଇ ଛକ ନିର୍ମାଣ ପାଇଁ ସଂପୃକ୍ତ ବିଭାଗ ଯୋଜନା କରିଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏଯାଏଁ ସ୍ପିଡ୍ ବ୍ରେକର୍‌ ମଧ୍ୟ ଲଗା ‌ହୋଇନାହିଁ। ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe