ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର  

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଦେବଗଡ଼: ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ କୁଚିଣ୍ଡା ଥାନାଞ୍ଚଳର ଗୋକୁଳା କିଷାନ ଓ ଆହାତ ମାନେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍‌ କଲୋନି ସାହିର ରୋଶନ ବାଗ ଓ କୁଚିଣ୍ଡା ଥାନାଞ୍ଚଳର ଏତମାନ ବିଲୁଙ୍ଗ ବୋଲି ଜଣାପଡ଼ିଛି।।

ମିଳିଥିବା ସୂଚନାନୁଯାୟୀ, ଗତକାଲି ରାତିରେ ତିଲେଇବଣି-ପ୍ରଭାଶୁଣି ରାସ୍ତାରେ ତିଲେଇବଣି ଅଭିମୁଖେ ଏକ ବାଇକ (ଓଆର ୦୨ବିୱାଇ-୪୭୬୪) ଯୋଗେ ଗୋକୁଳା, ରୋଶନ ଓ ଏତମାନ ଯାଉଥିବା ବେଳେ ଡିମିରିକୁଦା ଛକ ନିକଟରେ ଏକ କାର ସେମାନଙ୍କୁ ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୋକୁଳାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ରୋଶନ ଓ ଏତମାନଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe