deccan herald
ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ରୁଟିଶୀଳା କ୍ରସର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ଘଟଗାଁ ବ୍ଲକ୍ ବିନିଦା ଗ୍ରାମର ବ୍ରାହ୍ମୀ ସିଂଙ୍କ ପୁଅ ସୁଦାମ ସିଂ(୧୮), କେନ୍ଦୁଝର ଟାଉନ ଥାନା ଗୋପାଳପୁର ଗ୍ରାମ ବରଡ଼ିସାହିର ଲକ୍ଷ୍ମଣ ମାଝୀ(୧୯)। ଗୁରୁତରଙ୍କ ପରିଚୟ ମିଳି ପାରି ନାହିଁ। ଲକ୍ଷ୍ମଣ ଓ ଅନ୍ୟଜଣେ ଯୁବକ ଏକ ବାଇକରେ ଦେଓବନ୍ଦ-ଚାନ୍ଦପଶି ରାସ୍ତାରେ ଚାନ୍ଦପଶି ଆଡ଼କୁ ଯାଉଥିଲେ।
ରୁଟିଶୀଳା କ୍ରସର ନିକଟରେ ବିପରୀତ ଦିଗରୁ ଆଉଏକ ବାଇକରେ ଆସୁଥିବା ସୁଦାମ ଓ ତାଙ୍କ ସାଥୀଙ୍କ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଲକ୍ଷ୍ମଣ ଓ ସୁଦାମଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।
Follow Us