ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ଦୁଇଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ

Advertisment
ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ଦୁଇଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ

image source-facebook

ବଣାଇ: ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅଞ୍ଚଳରେ ଗତ  ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଏକ କାର୍ ଗଛକୁ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଝାଡ଼ଖଣ୍ଡ କିରିବୁରୁ ଅଞ୍ଚଳର ଦୁଇ ମୃତକ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଓଡ଼ିଶା ଆସି ନିଜ ଘରକୁ ଫେରୁଥିଲେ। ଏହି ସମୟରେ କୋଇଡ଼ା ଥାନା ଡେଙ୍ଗୁଳା ଛକ ନିକଟରେ ସେଦୁହେଁ ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଉଭୟଙ୍କର ଘଟଣାସ୍ଥଳରେ ପ୍ରାଣହାନି ଘଟିଥିବା କୁହାଯାଉଛି। ଖବର ପାଇ ଆଜି ସକାଳେ କୋଇଡ଼ା ଥାନା ପୁଲିସ୍  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe