ପ୍ରାତଃଭ୍ରମଣ ବେଳେ ଅଘଟଣ, ଗାଡ଼ି ଧକ୍କାରେ ଯବାନଙ୍କ ୩ବର୍ଷର ଶିଶୁ ମୃତ

Advertisment
ଗୁଜୁରାଟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ନଦୀକୁ ଡେଇଁ ସ୍ତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

image source-new indian express

ନୂଆପଡ଼ା:ନୂଆପଡ଼ା ଜିଲ୍ଲା ଧରମବନ୍ଧାଠାରେ ଥିବା ଜଣେ ଯବାନଙ୍କ ପରିବାର ଆଜି ସକାଳେ ପ୍ରାତଃଭ୍ରମଣ କରୁଥିବା ବେଳେ ଏକ ଗାଡ଼ି ଧକ୍କାରେ ୩ ବର୍ଷ ଶିଶୁପତ୍ରଙ୍କର ମୃତ୍ୟୃ ହୋଥିବା ଜଣାପଡ଼ିଛି।
ଖବରରୁ ପ୍ରକାଶ ଯେ ସତ୍ୟବ୍ରତ ଶବର ଆଇଟିବିପି ଯବାନ ଭାବେ ଚାକିରି କରନ୍ତି। ସେ କିଛି ଦିନ ହେଲା ଛୁଟିରେ ଘରକୁ ଆସିଥଲେ। ତାଙ୍କ ଘର ବେଲଟୁକୁରି ଭାନପୁରରେ କିନ୍ତୁ ତାଙ୍କ ସ୍ତ୍ରୀ ଧରମବନ୍ଧା ଥାନା ଚୁଲାଭାଟ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରନ୍ତି। ସେ ଧରମବନ୍ଧାଠାରେ ଏକ ଘର ନେଇ ରହୁଥିଲେ। ଆଜି ସକାଳେ ପ୍ରାତଃଭ୍ରମଣରେ ବାପା ସତ୍ୟବ୍ରତ ଶବର ତାଙ୍କ ସ୍ତ୍ରୀ ସହ ପୁଅ କିଶନ ଶବର(୩) ଝିଅ ସହ ଧରମବନ୍ଧା ଗାଁ ମୁଣ୍ଡରେ ପ୍ରାତଃଭ୍ରମଣରେ କରୁଥିଲେ। ପୁଅ କିଶନ ଓ ଝିଅଙ୍କୁ ପାଖରେ ଥିବା ଏକ ପୋଲର ଦୁଇ ପାଖରେ ବସାଇ ସ୍ବାମୀ ଓ ସ୍ତ୍ରୀ କିଛି ଦୂର ଦୌଡ଼ିଥିଲେ। ଏହି ସମୟରେ ଧରମବନ୍ଧା ପଟୁ ଏକ ପିକ୍ଅପ୍ ଗାଡ଼ି (ଓଡି-୨୬ ସି ୨୬୦୩) ଆସିଥିଲା।

ଏହି ସମୟରେ ପୁଅ କିଶନ ହଠାତ ଦୌଡ଼ିଥିଲେ। ପିକ୍ ଅପ୍ ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇଁ ଧରମବନ୍ଧା ଥାନା ଅଧିକାରୀ ଦିଲ୍ଲୀପ ଲାର୍କା ଘଟଣା ସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe