odisha bytes
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା କେ-ବଳଙ୍ଗ ଲହଙ୍ଗାପଡ଼ା ନିକଟରେ ବିଳମ୍ବିତ ରାତିରେ ବାଇକ ଦୁର୍ଘଟଣା ଘଟି ଗୋଟିଏ ପରିବାରର ଜଣେ ତିନି ବର୍ଷର ଝିଅ ସମେତ ବାପା ଓ ମାଆଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ବାପା ମା ଓ ଅନ୍ୟ ଜଣେ ଗୁରୁତର ହୋଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାପା ଓ ମାଆଙ୍କର ପ୍ରାଣହାନି ଘଟିଥିଲା। ଏମାନେ ଗୋପନାରୁ ବାଇକ୍ ଯୋଗେ ନିଜ ଗାଁ ଲହଙ୍ଗାପଡ଼ା ଆସୁଥିବା ବେଳେ ଏକ ପୋଲରେ ଭାରସାମ୍ୟ ହରାଇ ପିଟି ହୋଇଥିଲେ।
ମୃତକମାନେ ହେଲେ ବାପା ନରେଶ ମହାନ୍ତ, ମା ନନ୍ଦିନୀ ମହାନ୍ତ, ଏବଂ ଜଣେ ତିନି ବର୍ଷର ଝିଅ। ତେବେ ଘଟଣାସ୍ଥଳରେ ଜଣେ ଆଠ ବର୍ଷର ଝିଅ ଓ ବାମା ଗୁରୁତର ହୋଇଥିଲେ ଏମାନଙ୍କୁ ଧରି କିଛି ବ୍ୟକ୍ତି ଆସୁଥିବା ବେଳେ ଲହୁଣୀପଡ଼ାଠାରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ଦୁଇ ଗୋଷ୍ଠୀ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛିl
Follow Us