କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ବାଇକରେ ଯାଉଥିବା ୪ ନାବାଳକଙ୍କର ମୃତ୍ୟୁ

Advertisment
କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଗୋଟିଏ ବାଇକରେ ଯାଉଥିବା ୪ ନାବାଳକଙ୍କର ମୃତ୍ୟୁ

ନନ୍ଦପୁର: କୋରାପୁଟ ଜିଲ୍ଲା ପାଡ଼ୁଆ ଥାନା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଗୋଟିଏ ବାଇକରେ ଯାଉଥିବା ୪ଜଣ ନାବାଳକଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟଠାରୁ ପ୍ରାୟ ୭୦ କିଲୋମିଟର ଦୂର ପାଡ଼ୁଆ ପୂର୍ତ୍ତ ବିଭାଗ ଛକ ନିକଟରେ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଜଣଯାକ ହେଉଛନ୍ତି ନାବାଳକ।

ମୃତକମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ପାଡ଼ୁଆ ଗାଁର ଗୋପାଳ କୃଷ୍ଣ ମହାନ୍ତିଙ୍କ ପୁଅ  ପଙ୍କଜ ମହାନ୍ତି (୧୪), ନରସିଂହ ଖରାଙ୍କ ପୁଅ ସୁଧାଂଶୁ ଖରା (୧୪), ମହେଶ୍ବର ଖିଲଙ୍କ ପୁଅ ଶଶିକାନ୍ତ ଖିଲ (୧୭) ଓ ସୋନୁ ହନ୍ତାଳଙ୍କ ପୁଅ କୃଷ୍ଣ ହନ୍ତାଳ (୧୪)। ଏମାନେ ସମସ୍ତେ ଗତକାଲି ରାତି ପ୍ରାୟ ସାଢେ ୮ଟା ବେଳେ ଗୋଟିଏ ବାଇକ ( ଏପି-୩୧- ଟିଡବ୍ଲୁ ୯୨୭୨)ରେ  ବୁଲି ବାହରିଥିଲେ।

ସେମାନେ ସମସ୍ତେ ଏକ ବାଇକ୍‌ରେ ପାଡୁଆ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ପାଡ଼ୁଆ ପୂର୍ତ୍ତ ବିଭାଗ ଛକ ନିକଟରେ ଏକ ବୁଲାଣିରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଏକ ଖାଲରେ ପଡ଼ିଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ  ପାଡ଼ୁଆ ଥାନା ପୁଲିସ୍ ଆଜି ସକାଳେ ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଡ଼ୁଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବାର ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe