ଧାନବୋଝେଇ ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୨ ମୃତ, ୪୦ ଆହତ

Advertisment
ଧାନବୋଝେଇ ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍, ୨ ମୃତ, ୪୦ ଆହତ

image source- dailyhunt

ଭଣ୍ଡାରିପୋଖରୀ : ଜାତୀୟ ରାଜପଥରେ ଭଦ୍ରକ ଜିଲ୍ଲାର ବାରିକପୁର ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଏକ ଟ୍ରକକୁ ଧକ୍କା ଦେଇଥିବାର ଖବର ହସ୍ତଗତ ହୋଇଛି। ଏହି ଦୁର୍ଘଟଣାରେ ତୀର୍ଥଯାତ୍ରୀ ବସ୍ ଭିତରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି। ।
ମିଳିଥିବା ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ବସ୍ ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ତାମିଲନାଡୁର ରାମେଶ୍ୱରମ୍ ଦେଇ ପୁରୀ ଅଭିମୁଖେ ଯାଉଥିଲା । ଉକ୍ତ ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ସମସ୍ତେ ରାଞ୍ଚି ଅଞ୍ଚଳର ବୋଲି ଜଣାପଡ଼ିଛି। ବାରିକପୁରଠାରେ ରାସ୍ତାରେ ଠିଆ ହୋଇଥିବା ଏକ ଧାନ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା । ଏହି ଟ୍ରକ୍‌ରେ ପ୍ରାୟ ୧୮ ଟନ୍‌ରୁ ଅଧିକ ଧାନ ବୋଝେଇ ହୋଇଥିବା ଜଣାପଡ଼ିଛି।

ପୂର୍ବରୁ ରଙ୍ଗ୍ ରୁଟରେ ଆସୁଥିବା  ଧାନ ବୋଝେଇ ଟ୍ରକର ତେଲ ସରିଯିବାରୁ ଜାତୀୟ ରାଜପଥ ମଧ୍ୟରେ  ଛିଡ଼ା ହୋଇଥିଲା। ତୀର୍ଥଯାତ୍ରୀ ବସଟି ଦ୍ରୁତ ଗତିରେ ଯାଇ ଧାନ ବୋଝେଇ ଟ୍ରକର ସାମ୍ନାପଟୁ ବାଡ଼େଇଥିଲା। ଏହାଫଳରେ ଦୁଇଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ରେ ଶିକାର ହୋଇଥିବା ତୀର୍ଥଯାତ୍ରୀଙ୍କୁ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀ ଓ ପୁଲିସ  ପକ୍ଷରୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସେଠାରେ ଆହତମାନଙ୍କର ଚିକିତ୍ସା ଚାଲିଛି। ସମସ୍ତେ ଭଲ ଥିବା କୁହାଯାଉଛି। ଏହି ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe